କନକ ବ୍ୟୁରୋ: ଏହାକୁ ଭାଗ୍ୟ କୁହନ୍ତୁ ଅବା ସମୟ, ବୋଧେ ବି. ସାଲିନି ନିଜର ସେହି ଦିନକୁ କେବେ ଭୁଲିପାରିବେ ନାହିଁ । ଯେତେବେଳେ ତାଙ୍କ ହାତରେ ପି-୯୦ ମେଶିନ ଗନ, ସଫାରୀ ସୁଟର ବର୍ଦି, ଆଖିରେ କଳା ଚଷମା ଏବଂ କାନରେ ୱାୟରଲେସ ସିଷ୍ଟମ ଥିଲା । ସେତେବେଳେ ତାଙ୍କ ପାଇଁ ଦୁନିଆ କିଛି ଅଲଗା ଥିଲା । ପ୍ରଧାନମନ୍ତ୍ରୀ କେଉଁଠାକୁ ମଧ୍ୟ ଯାଇଥାନ୍ତୁ ତେବେ ସୁରକ୍ଷା ପାଇଁ ତାଙ୍କ ସହିତ ଏକାଠି ସେ ଚାଲୁଥିଲେ । ତେବେ ବର୍ତ୍ତମାନ ଏହା ସବୁ କେବଳ ଗୋଟିଏ ସ୍ମୃତି ଭାବେ ରହିଯାଇଛି । ତେବେ ସେ ଆଜି ମଧ୍ୟ ନିଜ କର୍ତ୍ତବ୍ୟକୁ ଠିକ ସେହିଭଳି ନିଭାଉଛନ୍ତି । ହୃଦୟରେ ତାଙ୍କର ଏବେ ବି ମଧ୍ୟ କିଛି ଅଫସୋସ ରହିଯାଇଛି ।

Advertisment

୩୬ ବର୍ଷୀୟ ବି. ସାଲିନି ଆଜି ତାମିଲନାଡୁ ସ୍ପେଶାଲ ପୋଲିସର ୧୦ମ ବାଟାଲିଅନରେ ହେଡ୍ କନେଷ୍ଟବଳ । ହଥିଆର ଭାବେ ତାଙ୍କ ହାତରେ ରହିଛି ଗୋଟିଏ ମାତ୍ର ଲାଠି । କିଛି ବର୍ଷ ପୂର୍ବେ ତାଙ୍କ ହାତରେ ପି-୯୦ ମେଶିନ ଗନ ଥିଲା ଆଉ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ଲୋଜ ପ୍ରୋଟେକସନ ଟିମ(ସିପିଟି)ରେ ନଜର ଆସୁଥିଲେ । ଏହି ଟିମ୍ ସ୍ପେଶାଲ ପ୍ରୋଟେକସନ୍ ଗ୍ରୁପ(ଏସପିଜି)ର ଆସିଥାଏ । ସାଲିନି ୨୦୧୫ରୁ ୨୦୧୮ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସିପିଟିର ଅଂଶବିଶେଷ ରହିଥିଲେ । ଏମାନଙ୍କର ଟ୍ରେନିଂ ମଧ୍ୟ ସିପିଜି ଭଳି ହୋଇଥାଏ । ସେତେବେେଳେ ସେ ଜଣେ ଦୃଢ ମହିଳା ଅଫିସର ଭାବେ ପରିଚିତ ଥିଲେ ।

ଯେତେବେଳେ ସାଲିନ କ୍ୟାଡେଟଙ୍କୁ ପ୍ରଶିକ୍ଷଣ ଦେଉଥିଲେ ସେତେବେଳେ ତାଙ୍କ ଭାଗ୍ୟ ବଦଳିଯାଇଥିଲା । ତାଙ୍କ ଉପରେ କିଛି ଏସପିଜି ଅଧିକାରୀଙ୍କ ନଜର ପଡିଥିଲା । ତାଙ୍କର କିଛି ପରୀକ୍ଷା କରାଯିବା ସହ ଶାରିରୀକ ପରୀକ୍ଷଣ ମଧ୍ୟ କରାଯାଇଥିଲା । ୨୦୧୩ ମସିହାରେ ସାଲିନିଙ୍କ କହିବା ଅନୁସାରେ ବରିଷ୍ଠ ନିରୀକ୍ଷକ ଭକ୍ତନ ତାଙ୍କୁ ଟିଏନପିଏସ ଏସପି ପି ନାଗରାଜନଙ୍କ ପାଖକୁ ନେଇଯାଇଥିଲେ । ତାଙ୍କୁ ସେତେବେଳେ କୁହାଯାଇଥିଲା ସେ ଏସପିଜି ପାଇଁ ଚୟନ ହୋଇଛନ୍ତି । ମୁଁ ଦିଲ୍ଲୀରେ ଓହ୍ଲାଇଥିଲି । ମୋତେ ପୁଣି ଥରେ ପରୀକ୍ଷା କରାଯାଇଥିଲା । କାରଣ ଚୟନ ହେବା ପରେ ଦୁଇ ବର୍ଷ ପରେ ହିଁ ଏସପିଜିରେ ସାମିଲ ହୋଇଥିଲେ ।

ଏହା ପରେ ସେ ୩୫ ପୁରୁଷଙ୍କ ସହ ଚାରି ମାସ ଯାଏ କଠୋର ପରିଶ୍ରମ ପରେ ତାଙ୍କର ପ୍ରଥମ ପୋଷ୍ଟିଂ ସୋନିଆ ଗାନ୍ଧୀଙ୍କ ଘରେ ହୋଇଥିଲା । ୨୦୧୪ର ଶେଷ ଆଡକୁ ତାଙ୍କୁ ତାଙ୍କ ସିନିୟର କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସୁରକ୍ଷା ପାଇଁ ସିପିଟିରେ ସାମିଲ ହେବା ପାଇଁ ଲୋକଙ୍କ ଚୟନ କରାଯାଉଛି । ସାଲିନି ଏଥିପାଇଁ ତାଙ୍କ ଇଚ୍ଛା ବ୍ୟକ୍ତ କରିଥିଲେ । ତେବେ ତାଙ୍କ ଉପରିସ୍ଥ ଅଧିକାରୀ ତାଙ୍କୁ କହିଥିଲେ ଯେ ଏହା ବହୁତ କଠିନ ଡ୍ୟୁଟି । ତେବେ ସେ କହିଥିଲେ ମୁଁ ଏହା କରି ଦେଖାଇବି । ଏହା ପରେ ସିପିଟିରେ ତାଙ୍କର ଚୟନ ହୋଇଥିଲା । ପାଞ୍ଚ ମାସର କଠିନ ଟ୍ରେନିଂ ପରେ ତାଙ୍କୁ ଏଲିଟ ସିପିଟିରେ ସାମିଲ ହୋଇଥିଲେ ।

ପିଏମଙ୍କ ସୁରକ୍ଷାରେ ସାମିଲ ଥିବା ସାଲିନି ପ୍ରଥମ ଥର ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ମୋଦୀ ତାଙ୍କୁ ତାଙ୍କ ବାବଦରେ ପଚାରିଥିଲେ । ସାଲିନି କହିଥିଲେ, ମୁଁ ମୋର ପରିଚୟ ତାମିଲନାଡୁ ପୋଲିସର କର୍ମୀ ରୂପେ ଦେଇଥିଲି । ଏହା ମୋ ପାଇଁ ଗର୍ବର ବିଷୟ । ୨୦୧୮ ମସିହାରେ ସେ ନିଜର ମାଆଙ୍କ ପାଇଁ ଏହି କାମକୁ ଛାଡିଥିଲେ । ଅନେକ ବରିଷ୍ଠ ଅଧିକାରୀ ଚାହୁଁଥିଲେ ଯେ ମୁଁ ଏହି କାମକୁ ନଛାଡେ । ତେବେ ମୋ ପାଖରେ କୌଣସି ଦ୍ୱିତୀୟ ବିକଳ୍ପ ନଥିଲା । ମୁଁ ପୁଣି ଥରେ ମୋର ପ୍ରଥମ କାମକୁ ଫେରିଆସିଥିଲି ।