ଅଯୋଧ୍ୟାରେ ପହହଞ୍ଚିଲା ଶାଳଗ୍ରାମ ଶିଳା : ନିର୍ମାଣ ହେବ ଭଗବାନ ରାମ ଓ ମାତା ସୀତାଙ୍କ ମୂର୍ତ୍ତି

150

କନକ ବ୍ୟୁରୋ : ଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ଶିଳା । ନେପାଳରୁ ୭ ଦିନ ଧରି ୩୭୩ କିଲୋମିଟର ଯାତ୍ରା ପରେ ଅଯୋଧ୍ୟା ଆସିଲା ୨ଟି ୬ କୋଟି ବର୍ଷର ପୁରୁଣା ଶିଳା । ଗୋଟିଏ ଶିଳାର ଓଜନ ୨୬ ଟନ୍ ହୋଇଥିବା ବେଳେ ଅନ୍ୟଟି ୧୪ ଟନ୍ । ୬ କୋଟି ବର୍ଷ ପୁରୁଣା ଏହି ପ୍ରସ୍ତରରୁ ଭଗବାନ ଶ୍ରୀରାମ ଓ ମାତା ସୀତାଙ୍କ ମୂର୍ତ୍ତି ନିର୍ମାଣ କରାଯିବ । ମୂର୍ତ୍ତି ରାମ ଦରବାରରେ ପ୍ରତିଷ୍ଠା ହେବ ।

ଅଯୋଧ୍ୟାରେ ଶିଳା ପହଞ୍ଚିବା ପରେ ରାମଭକ୍ତଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । କିଛି ଲୋକ ଗୀତ ଗାଇ ରାମଙ୍କ ପ୍ରତି ଥିବା ଭକ୍ତିଭାବକୁ ପ୍ରକାଶ କରିଥିଲେ । ଆଉ କିଛି ଲୋକଙ୍କ ଆଖିରେ ଖୁସିରେ ଲୁହ ଝରି ଆସିଥିବା ଦେଖିବାକୁ ମିଳିଥିଲା । ଦଶନ୍ଧି ଦଶନ୍ଧି ଧରି ସେମାନଙ୍କ ଅପେକ୍ଷା ଶେଷ ହେଉଥିବାରୁ ଖୁସି କହିଲେ ନସରେ । ରାମ ମନ୍ଦିର ନିର୍ମାଣ ସ୍ୱପ୍ନ ସତ ହେଉଥିବାରୁ ଲୋକେ ଭାବକୁ ହୋଇପଡ଼ିଥିଲେ ।