କନକ ବ୍ୟୁରୋ: ଆଉ ନାହାନ୍ତି ମହାଭାରତରେ ଶକୁନି । ପୌରାଣିକ ଧାରାବାହିକ ମହାଭାରତରେ ଶକୁନି ଚରିତ୍ରରେ ଥିବା ‘ଗୁଫି ପେଂଟଲ’ଙ୍କର ସୋମବାର ସକାଳୁ ଦେହାନ୍ତ ହୋଇଛି । ସେ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସତ୍ୟାଗ କରିଛନ୍ତି । ଉଚ୍ଚରକ୍ତ ଚାପ ସହିତ ହୃଦରୋଗ ଯୋଗୁ ଅସୁସ୍ଥ ହୋଇପଡିଥିଲେ ଗୁଫି । ଅସୁସ୍ଥତା ଯୋଗୁ କିଛି ଦିନ ହେଲା ମୁମ୍ବାଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଗୁଫି ମହାଭାରତ ଧାରାବାହିକ ମାଧ୍ୟମରେ ଘରେ ଘରେ ବେଶ ପରିଚିତ । ଛୋଟରୁ ବଡ ସମସ୍ତେ ତାଙ୍କୁ ଶକୁନି ଚରିତ୍ରରେ ମନେପକାନ୍ତି । କିଛି ଦିନ ତଳେ ଗୁଫି ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ରହିଥିଲା ।
ଚିକିତ୍ସା ଚାଲିଥିବା ବେଳେ ମେଡିକାଲରେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଯାଇଛି । ତେବେ ମହାଭାରତ ଧାରାବାହିକ ବ୍ୟତୀତ ଗୁଫି ଅନେକ ଫିଲ୍ମରେ ଅଭିନୟ କରିଥିଲେ । ସେ ‘ଚୈତନ୍ୟ ମହପ୍ରଭ’ୁ ନାମକ ଏକ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଆର୍ମିରେ ଚାକିରୀ କରୁଥିବା ଗୁଫି ମହାଭାରତରେ ଶକୁନି ଚରିତ୍ରରେ ଅଭିନୟ କରିବା ପରେ କଳାକାର ଜଗତକୁ ଆଉ ଛାଡି ପାରିନଥିଲେ । ତେବେ ତାଙ୍କ ବିୟୋଗରେ କଳାକାର ଜଗତରେ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/ufi.jpg)