ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ର ନୂଆ ଗଭର୍ଣ୍ଣରଙ୍କୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଯାଇଛି । ତେବେ ସୂତ୍ର ଅନୁସାରେ ଶକ୍ତିକାନ୍ତ ଦାସ ଆରବିଆଇର ନୂଆ ଗଭର୍ଣ୍ଣର ସିଟ୍ ପାଇଁ ସର୍ବାଗ୍ରେ ରହିଛନ୍ତି । ସେ ବର୍ତ୍ତମାନ ବିତ୍ତ ଆୟୋଗର ସଦସ୍ୟ ଅଟନ୍ତି । ସେ ପୂର୍ବ ବିତ୍ତ ସଚିବ ମଧ୍ୟ ରହି ସାରିଛନ୍ତି । କୁହାଯାଉଛି କି ୨ ବର୍ଷ ପୂର୍ବେ ଶକ୍ତିକାନ୍ତ ଦାସ ନୋଟବନ୍ଦୀ ସମୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ସୋମବାର ଉର୍ଜ୍ଜିତ ପଟେଲ୍ ବ୍ୟକ୍ତିଗତ ସମସ୍ୟାକୁ ଇଙ୍ଗିତ କରି ଆରବିଆଇ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ । ସେ ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନଙ୍କ ପଦ ନେଇଥିଲେ । ଯାହାଙ୍କ କାର୍ଯ୍ୟକାଳ ୩ ବର୍ଷ ଥିଲା ।
ତେବେ ୧୯୫୭ ମସିହାରେ ଜନ୍ମ ଗ୍ରହଣ କରିଥିବା ଶକ୍ତିକାନ୍ତ ଇତିହାସରେ ଏମ୍ .ଏ କରିଛନ୍ତି ଏବଂ ତାମିଲନାଡୁ କ୍ୟାଡରର ଆଇଏଏସ୍ ଅଧିକାରୀ ଅଟନ୍ତି । ଅବସର ପରେ ବର୍ତ୍ତମାନ ସେ ଭାରତର ୧୫ ତମ ବିତ୍ତ ଆୟୋଗ ଏବଂ ଭାରତର ସେରପା ଜୀ -୨୦ ର ସଦସ୍ୟ ଅଛନ୍ତି । ସେ ଭାରତର ଆର୍ଥିକ ସଚିବ,ରାଜସ୍ୱ ସଚିବ ଏବହ ଉର୍ବରକ ସଚିବ ମଧ୍ୟ ରହିସାରିଛନ୍ତି । କେନ୍ଦ୍ରୀୟ ଆର୍ଥିକ ମାମଲା ସମୟରେ ଶକ୍ତିକାନ୍ତ ଦାସଙ୍କୁ ଜଣେ ଶକ୍ତିଶାଳୀ ବ୍ୟକ୍ତି ରୁପେ ମନା ଯାଉଥିଲା । ଆର୍ଥିକ ମାମଲାରେ (ଡିଇଏ) ର ପୂର୍ବ ସଚିବ ଶକ୍ତିକାନ୍ତ ଦାସଙ୍କୁ ପୂର୍ବ ବର୍ଷ ଜୀ -୨୦ ରେ ଭାରତର ସେରପା ନିୟୁକ୍ତ କରାଗଲା । ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜୀ-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ବ୍ୟୁନସ୍ ଏରସ୍ ଗସ୍ତ କରିଥିଲେ ।
Former Finance Secretary & current member of the Finance Commission, Shaktikanta Das possible contender for RBI Governor: Sources pic.twitter.com/LFOkjB4Ip6
— CNBC-TV18 (@CNBCTV18Live) December 10, 2018