କନକ ବ୍ୟୁରୋ : ପୁରୀ ସମୁଦ୍ର କୂଳରେ ଶକ୍ତି ଶିଳା । ବେଳାଭୂମି ଲାଇଟ୍ ହାଉସ ଛକରେ ଶିବ ଲିଙ୍ଗ ଶକ୍ତି ଶିଳା ଠାବ ହୋଇଛି । ତେବେ ଏହାର ଗଠନ ଶୈଳୀରୁ ଏହା ବହୁ ପୁରାତନ ବୋଲି ଅନୁମାନ କରାଯାଉଛି ।

Advertisment

କେଉଁଠୁ ଆସିଲା ଶିବ ଲିଙ୍ଗ ଶକ୍ତି ଶିଳା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହାକୁ ଦେଖିବାକୁ ଲୋକଙ୍କ ଗହଳି ଜମିଥିଲା । ଲୋକଙ୍କ ଗକହିବା ମୁତାବିକ ଭକ୍ତ କିମ୍ବା ପର୍ଯ୍ୟଟକ ଅନେକ ସମୟରେ ମୂତି ଓ ଅନ୍ୟାନ୍ୟ ସାମଗ୍ରୀ ବିସର୍ଜନ କରନ୍ତି । ତେଣୁ କେହି ଏହି ଶିଳାକୁ ସମୁଦ୍ରରେ ବିସର୍ଜନ କରିଥାଇପାରନ୍ତି ।