ଜଲିଉଡରେ ବଲିଉଡ ଟଚ୍ । ପ୍ରଥମଥର ଲାଗି ଓଡିଶା ଯାତ୍ରା ଇତିହାସରେ ଏକ ନୂଆ ଇତିହାସ ଯୋଡିବାକୁ ଯାଉଛି ଇଷ୍ଟର୍ଣ୍ଣ ମିଡିଆ ଏନଟରଟେନମେଂଟ୍ । ଇଷ୍ଟର୍ଣ୍ଣ ଅପେରା ମଂଚକୁ ଓହ୍ଲାଇବେ ବଲିଉଡର ଭର୍ସାଟାଇଲ ଆକ୍ଟର ଶକ୍ତି କପୁର । ଚଳିତ ସିଜିନର ନାଟକ ଗୁଡିକରେ ହିନ୍ଦୀ ସିନେମା ଜଗତର ଏହି ଖତରନାକ ଖଳନାୟକଙ୍କୁ ଦେଖିବାକୁ ମିଳିବ । ଖାଲି ଖଳନାୟକ କାହିଁକି ହାସ୍ୟ ଅଭିନେତା ଭାବେ ସାରା ଦେଶର ଦର୍ଶକଙ୍କ ମନ ଜିଣିଥିବା ଏହି ଅଭିନେତା ଓଡିଆ ଯାତ୍ରା ଦର୍ଶକଙ୍କ ମନୋରଂଜନ କରିବେ । ଏଥିପାଇଁ ଇଷ୍ଟର୍ଣ୍ଣ ମିଡିଆ ଏନଟରଟେନମେଂଟ୍ ତାଙ୍କ ସହ ବିଧିବଦ୍ଧ ଚୁକ୍ତି କରିଛି। ଆସନ୍ତା ୧୫ ତାରିଖରେ ସେ ଭୁବନେଶ୍ୱରରେ ପହଂଚି ଇଷ୍ଟର୍ଣ୍ଣ ଅପେରା ଆଖଡା ଘରେ ରିହର୍ସାଲ କରିବେ ବୋଲି ସୂଚନା ମିଳିଛି। ପୂର୍ବରୁ ଓଡିଆ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶକ୍ତି କପୁରଙ୍କୁ ପ୍ରଥମଥର ଲାଗି ଇଷ୍ଟର୍ଣ୍ଣ ଅପେରାର ଖୋଲା ମଂଚରେ ଅଭିନୟ କରୁଥିବାର ଦେଖିବାକୁ ପାଇବେ ଦର୍ଶକ ।
ଜଲିଉଡରେ ବଲିଉଡ୍ ଟଚ୍ : ଇଷ୍ଟର୍ଣ୍ଣ ଅପେରାରେ ଭର୍ସାଟାଇଲ୍ ଆକ୍ଟର ଶକ୍ତି କପୁର
/kanak/media/post_attachments/wp-content/uploads/2016/07/vlcsnap-2016-07-12-12h24m42s026.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)