ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭିନ୍ନ ଭୂମିକାରେ ବଲିଉଡର ଭର୍ସାଟାଇଲ ଆକ୍ଟର ଶକ୍ତି କପୁର । ଏବେ ଓଡିଆ ଯାତ୍ରା ପେଣ୍ଡାଲରେ ଦେଖିବାକୁ ମିଳିବେ ଏହି ଖତରନାକ ଖଳନାୟକ । ଓଡିଆ ଦର୍ଶକ ଦେଖିବେ ଶକ୍ତିଙ୍କ ଯାତ୍ରା ଷ୍ଟାଇଲ । ଇଷ୍ଟର୍ଣ୍ଣ ବ୍ଲୁ ଯାତ୍ରା ପାର୍ଟିର ଆଖଡା ଶାଳରେ ଏବେ ରିହର୍ସାଲରେ ବ୍ୟସ୍ତ ଶକ୍ତି କପୁର । ଇଷ୍ଟର୍ଣ୍ଣ ବ୍ଲୁ ପକ୍ଷରୁ ପ୍ରଦର୍ଶିତ ହେବାକୁ ଥିବା ଯାତ୍ରା ରେ ସେ ଅଭିନୟ କରିବେ । ଏଥିପାଇଁ ଯାତ୍ରା କଳାକାରଙ୍କ ସହିତ ଅଭ୍ୟାସ କରୁଛନ୍ତି ଶକ୍ତି । ଯାତ୍ରାର ୪ ଟି ସିନରେ ସେ ଅଭିନୟ କରୁଛନ୍ତି । ସେଥିପାଇଁ କଳାକାରଙ୍କ ସହିତ ଭାବବିନିମୟ କରିବା ସହ ନିଜ ଅଭିନୟ ଓ ଡାଇଲଗକୁ ବୁଝୁଛନ୍ତି । ଖାସକରି ଶକ୍ତିଙ୍କ ଡାଇଲଗରେ ବଲିଉଡ ସିନେମାର ବାସ୍ନା ବାରି ହୋଇପଡୁଛି । ପ୍ରତ୍ୟେକ ସିନରେ ସେ ଭରପୁର ମଜି ଯାଉଛନ୍ତି । ପ୍ରଥମ କରି ବଲିଉଡର ଜଣେ ଅଭିଜ୍ଞ କଳାକାରଙ୍କୁ ଯାତ୍ରା ମଂଚକୁ ଆଣିବାରେ ସଫଳ ହୋଇଛି ଇଷ୍ଟର୍ଣ୍ଣ ମିଡିଆ । ଶକ୍ତି କପୁରଙ୍କ ଯାତ୍ରା ରିହର୍ସଲ ଦେଖିବା ଏହି ଭିଡିଓରେ :
ଭିନ୍ନ ଭୂମିକାରେ ବଲିଉଡର ଭର୍ସାଟାଇଲ୍ ଆକ୍ଟର ଶକ୍ତି କପୁର
/kanak/media/post_attachments/wp-content/uploads/2016/07/vlcsnap-2016-07-16-20h32m58s431.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)