ମହିଳା ଭୋଟ୍ ଉପରେ ବିଜେପି ଆଖି । SHG ମହିଳାଙ୍କୁ ପଦ୍ମ ଦଳ ପ୍ରତି ଆକର୍ଷିତ କରିବାକୁ ଶକ୍ତି ବନ୍ଦନ କର୍ମଶାଳା

213

କନକ ବ୍ୟୁରୋ: ରାଜ୍ୟର ମହିଳା ଭୋଟରଙ୍କ ସମର୍ଥନ ହାସଲ କରିବାକୁ ଯୋଜନା କରିଛି ବିଜେପି । ଏଥିପାଇଁ ରାଜ୍ୟ ବିଜେପି ଅଫିସରେ ଶକ୍ତି ବନ୍ଦନ କର୍ମଶାଳା ଆୟୋଜିତ ହୋଇଛି । ମହିଳାଙ୍କ ଭୋଟ୍ ବ୍ୟାଙ୍କ ନିଜ ସପକ୍ଷରେ ନେବା ପାଇଁ ବୈଠକରେ ବ୍ଲୁପ୍ରିଂଟ ପ୍ରସ୍ତୁତ ହୋଇଛି । କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧ ର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ର ସରକାର ମହିଳାଙ୍କ ସଶକ୍ତୀକରଣ ପାଇଁ ଅର୍ଥ ଦେଉଥବା ବେଳେ ରାଜ୍ୟ ସରକାର ଶ୍ରେୟ ନେଉଛନ୍ତି । ଯାହାର ଜବାବ ବିଜେଡି ରଖିଛି ।

  • ବିଜେପି ଭାଙ୍ଗିବ ବିଜେଡିର ମହିଳା ଭୋଟ?
  • ମହିଳାଙ୍କ ପାଖରେ ପହଞ୍ଚିବ ବିଜେପିର ‘ଶକ୍ତି ସାଥୀ’

ରାଜ୍ୟରେ ବିଜେଡି ମହାଶକ୍ତି ହେବା ପଛରେ ମହିଳାଙ୍କ ବଡ ଭୂମିକା ରହିଛି । କୁହାଯାଏ, ୨୦୧୯ରେ ବିଜେଡି ଜିତିବା ପଛରେ ମହିଳା ଭୋଟର ହିଁ ପ୍ରମୁଖ ଭୂମିକା ନେଇଥିଲେ । ସେହି ଭୋଟକୁ କାଏମ ରଖିବାକୁ ବିଜେଡି ଏବେ ରଣନୀତି କରୁଛି । ଆଉ ସେହି ରଣନୀତିକୁ ଭେଦ କରିବାକୁ ବିଜେପି କସରତ ଆରମ୍ଭ କରିଛି । ଏଥିପାଇଁ ରାଜ୍ୟ ବିଜେପି ଅଫିସରେ ଆୟୋଜିତ ହୋଇଛି ଶକ୍ତି ବନ୍ଦନ କର୍ମଶାଳା । ମହିଳାଙ୍କ ଭୋଟ୍ ବ୍ୟାଙ୍କ ନିଜ ସପକ୍ଷରେ ନେବା ପାଇଁ ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଂଟ ।

ରାଜ୍ୟର ପ୍ରତି ମହିଳାଙ୍କ ପାଖକୁ ଯିବ ବିଜେପିର ଶକ୍ତି ସାଥୀ । ବିଜେପିର ମହିଳା କାର୍ଯ୍ୟକର୍ତ୍ତା ପ୍ରତି ପଞ୍ଚାୟତ ଓ ୱାର୍ଡ ଯାଇ ମହିଳାଙ୍କ ପାଇଁ କେନ୍ଦ୍ରର ଯୋଜନା ସମ୍ପର୍କରେ ଅବଗତ କରାଇବେ ।

  • ବାଜପେୟୀ ସରକାର ଆରମ୍ଭ କରିଥିଲେ ସ୍ୱଂୟ ସହାୟିକା ଗୋଷ୍ଠୀ
  • ଏସଏଚଜି ବିଜେପିର ଯୋଜନା, ହାଇଜାକ୍ କରିଛି ବିଜେଡି
  • ମହିଳାଙ୍କ ପାଇଁ ଓଡିଶାକୁ ୮୫୦ କୋଟି ଦେଇଛି କେନ୍ଦ୍ର
  • ଏସଏଚଜି ସୁଧ ଛାଡରେ କେନ୍ଦ୍ରର ଅଧିକ ଅଂଶ ରହିଛି

ଶକ୍ତି ବନ୍ଦନ କର୍ମଶାଳାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବୋଧିତ କରି କହିଥିଲେ, କେନ୍ଦ୍ର ସରକାର ମହିଳାଙ୍କ ପାଇଁ ସବୁ ସୁବିଧା ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାକୁ ନିଜର ବୋଲି କହି ଶ୍ରେୟ ନେଉଛନ୍ତି । ତେବେ ମହିଳା ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ସାରା ଦେଶରେ ଦୁଇଟି ବଡ ସମ୍ମିଳନୀ କରିବ ବିଜେପି । ଏଥିମଧ୍ୟରୁ ଓଡିଶାର ଗୋଟିଏ ସ୍ଥାନରେ ସମ୍ମିଳନୀ କରିବା ନେଇ ସୂଚନା ରହିଛି ।