କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଶହାରୁଖଙ୍କ ପୁଅ ଆର୍ୟନଙ୍କୁ ଖୁବ ଶିଘ୍ର ଗିରଫ କରିପାରେ ଏନସିବି ।ଏହା ଅତି ସମ୍ବେଦନଶୀଳ ଘଟଣା । ଏଥିରେ ଯିଏ ବି ସମ୍ପୃକ୍ତ ଅଛନ୍ତି କାହାରିକୁ ଛଡାଯିବ ନାହିଁ ବୋଲି ଏନସିବି କହିଥିବା ସୂଚନା ରହିଛି । ଗଣମାଧ୍ୟମ ସୂଚନା ମୁତାବକ, ଜେରା ସମୟରେ ଆର୍ୟନଙ୍କ ଫୋନର ପ୍ରାଥମିକ ସ୍କାନିଂରୁ ମିଳିଥିବା ପ୍ରମାଣକୁ ଆଧାର କରି ତାଙ୍କର ଗିରଫଦାରୀ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଫୋନ୍ ମେସେଜ୍ ସ୍କାନିଂର ତଥ୍ୟ ଅନୁସାରେ, ଆର୍ୟନ୍ ନିୟମିତ ଡ୍ରଗ୍ସ ନେଉଥିଲେ ଏବଂ ବିଭିନ୍ନ ସୂତ୍ରରୁ ଡ୍ରଗ୍ସ ମଗାଉଥିଲେ ମଧ୍ୟ ।ତେଣୁ ଏହି ଘଟଣା ଅତି ଗମ୍ଭୀର ।ତେଣୁ ଜେରା ପରେ ଆର୍ୟନକୁ କେନ୍ଦ୍ର ନାର୍କୋଟିକ୍ ଏଜେନ୍ସି ତାଙ୍କୁ ଗିରଫ କରିପାରେ ବୋଲି କୁହାଯାଉଛି ।
ସୂଚନା ମୁତାବକ, ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟି ଘଟଣାରେ ଜାହାଜରେ ରେଡ କରିବାବେଳେ ଧରାପଡିଥିଲେ ଶାହାରୁଖଙ୍କ ପୁଅ ଆର୍ୟନ ।ତାଙ୍କୁ ହେଫାଜତରେ ନେଇ ଜେରରା କରିଥିଲା ଏନସିବି । ଜେରା ସମୟରେ ରେଭ୍ ପାର୍ଟିରେ ଡ୍ରଗ୍ସ ନେଉଥିବା ଆର୍ୟନ ସ୍ୱୀକାର କରିଥିବା ସୂଚନା ମିଳିଛି । ଏହାସହ ଅନ୍ୟ ୧୨ ଜଣଙ୍କୁ ଗିରଫ କରି ଏନସିବି ପଚରାଉଚୁରା ଚଳାଇଥିବା ଖବର ମିଳିଛି । ଏହି ଖବର ପରେ ଯଦିଓ ଶାହାରୁଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ଆର୍ୟନଙ୍କୁ ମୁକୁଳାଇବାକୁ ନାମକରା ଓକିଲ ସତୀଶ ମାନସିଂଧେଙ୍କ ଶାହାରୁଖ ଯୋଗାଯୋଗ କରିଥିବା ଖବର ମିଳିଥିଲା ।
ଏନସିବିର ପ୍ରାଥମିକ ସୂଚନା ମୁତାବକ, ପ୍ରଥମେ ପଚରାଉଚୁରା ସମୟରେ ଶହାରୁଖଙ୍କ ପୁଅ ଅର୍ଯ୍ୟାନ୍ ସେଠାକୁ କେବଳ ଅତିଥି ଭାବେ ଯାଇଥିବା କହିଥିଲେ । କ୍ରୁଜରେ କୌଣସି ଡ୍ରଗ୍ସ ପାର୍ଟି ଚାଲିଥିବା ସେ ଜାଣିନଥିଲେ । ଜାହାଜରେ ଯିବା ପାଇଁ ତାଙ୍କ ଠାରୁ କୌଣସି ଶୁଳ୍କ ମଧ୍ୟ ନିଆଯାଇନଥିବା ମଧ୍ୟ ଆର୍ୟନ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/ARYAN.jpg)