ଅଭିନୟ ପାଇଁ ଟଙ୍କା ନିଅନ୍ତିନି ବାଦ୍ ଶାହା

81

ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ କହିବା ହେଉଛି ଫିଲ୍ମରେ ଅଭିନୟ ପାଇଁ ସେ ଟଙ୍କା ନିଅନ୍ତି ନାହିଁ । ବିଜ୍ଞାପନ,ଷ୍ଟେଜ ଶୋ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସେ ଟଙ୍କା ନିଅନ୍ତି ବୋଲି କହିଛନ୍ତି ।ଏକ ଷ୍ଟେଜ ଶୋରେ ଶାହାରୁଖ କହିଛନ୍ତି କି ସେ ଅଭିନୟ ପାଇଁ ଟଙ୍କା ନିଅନ୍ତି ନାହିଁ । ଏଥିସହ ସେ ଏହା ମଧ୍ୟ କହିଛନ୍ତି କି ଫିଲ୍ମ ହିଟ ହେବା ପରେ ନିଦେ୍ର୍ଦଶକ ଯାହା ଚାହିଁବେ ତାହା ଦେଇପାରିବେ ବୋଲି ଶାହାରୁଖ କହିଛନ୍ତି ।

ନିକଟରେ ଫ୍ରାଇଡେ ରିଲିଜରେ ବକ୍ସ ଅଫିସକୁ ଆସିଥିବା ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ଫ୍ୟାନ ଧମାଲ ମଚାଉଛି । ତିନି ଦିନରେ ପାକିସ୍ତାନ ସିନେମା ହଲରେ ଫିଲ୍ମଟି ୫ କୋଟି ଟଙ୍କା କମାଇଛି । ଯାହାକି ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିଛି ବୋଲି ଜିଓ ଫିଲ୍ମସ ଦାବି କରିଛି । ଦୁଇଦିନରେ ଫିଲ୍ମଟଇ କମାଇଛି ୩୪ କୋଟି ଟଙ୍କା ।୧୦୫ କୋଟି ଟଙ୍କାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମ ଦେଶର ୪୬ଶହରୁ ଅଧିକ ସିନେମା ହଲରେ ମୁକ୍ତିଲାଭ କରିଛି ।