ଆର୍ଥର ରୋଡ ଜେଲରେ ପ୍ରଶଂସକଙ୍କୁ ହାତ ଯୋଡିଲେ ଶାହାରୁଖ, ଭିଡିଓ ହେଉଛି ଭାଇରାଲ

ଆର୍ଥର ରୋଡ ଜେଲରେ ପ୍ରଶଂସକଙ୍କୁ ହାତ ଯୋଡିଲେ ଶାହାରୁଖ, ଭିଡିଓ ହେଉଛି ଭାଇରାଲ

କନକ ବ୍ୟୁରୋ : ଆଜି ବଲିଉଡ ଅଭିନେତା ଶାହାରୁଖ ଖାନ ନିଜ ପୁଅକୁ ଭେଟିବାକୁ ଆର୍ଥର ରୋଡ ଜେଲରେ ପହଂଚିଥିଲେ । ଏହି ସମୟର ଅନେକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାରି ଭିତରେ ଶାହାରୁଖଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁ ଭିଡିଓରେ ସେ ପୁଅ ଆରୟନଙ୍କୁ ଭେଟିବା ପରେ ଜେଲରୁ ବାହାରକୁ ଆସିବା ବେଳେ ଜଣେ ପ୍ରଶଂସକ ଶାହାରୁଖଙ୍କ ଆଗରେ ହାତ ଯୋଡିଥିଲେ । ଏହାପରେ ଶାହାରୁଖ ବି ପ୍ରଶଂସକଙ୍କ ଆଗରେ ହାତଯୋଡି ଆସୁଥିବାର ଦେଖିବାକୁ ମିଳିଥିଲା ।

ପ୍ରଶଂସକମାନେ ଶାହାରୁଖଙ୍କର ଏଭଳି ସ୍ୱଭାବ ଦେଖି ତାଙ୍କୁ ବେସ୍ ସମ୍ମାନ ଜଣାଇଥିଲେ । ପ୍ରଶଂସକମାନଙ୍କ କହିବା କଥା ଏତେ ଅସୁବିଧା ଭିତରେ ବି ଶାହାରୁଖ ତାଙ୍କ ପ୍ରଶଂସକଙ୍କୁ ସମ୍ମାନ ଦେବାରେ ଅବହେଳା କରି ନାହାଁନ୍ତି । ଏନେଇ ଜଣେ ପ୍ରଶଂସକ ଲେଖିଛନ୍ତି କି, “ଆପଣ ସମସ୍ତଙ୍କୁ ଏହି ବାବଦରେ କହିବାକୁ ମାତ୍ର କେଇଟା ସେକେଣ୍ଡ ଲାଗିବ କି ଶାହାରୁଖ ଖାନ୍ କ’ଣ ଅଟନ୍ତି”

ଅନ୍ୟଜଣେ ପ୍ରଶଂସକ ଲେଖିଛନ୍ତି କି, “ଆମ ମାନଙ୍କ ଭିତରେ କେତେ ଅହଂକାର ଭରି ରହିଛି, ଜଣେ ବ୍ୟକ୍ତିଙ୍କୁ ଅସୁବିଧାରେ ପକାଇବାକୁ ପୁରା ବ୍ୟବସ୍ଥା ଲାଗିପଡିଛି, ସମସ୍ତଙ୍କୁ ଶାହାରୁଖଙ୍କ ଭଳି ହେବା ଆବଶ୍ୟକ” । ଅନ୍ୟଜଣେ ପ୍ରଶଂସକ ଲେଖିଛନ୍ତି କି ଲୋକମାନେ ଅସୁବିଧା ବେଳେ ଅନ୍ୟକୁ ଅଣଦେଖା କରିଥାନ୍ତି, ହେଲେ ଶାହାରୁଖ ଜଣେ ଭଦ୍ର ଓ ଏବେ ଭଲ ସ୍ୱଭାବର ମଣିଷକୁ ଏଭଳି ସ୍ଥିତିରେ ବି ସେ ତାଙ୍କ ପ୍ରଶଂସକଙ୍କୁ ସମ୍ମାନ ଦେବାକୁ ଭୁଲି ନାହାଁନ୍ତି ।

କହିରଖୁ କି, ଶାହାରୁଖଙ୍କ ପୁଅ ଆରୟନ ଖାନ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଅକ୍ଟୋବର ୩ ତାରିଖରୁ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିଛନ୍ତି । ଦୀର୍ଘ ୧୭ ଦିନ ପରେ ଆଜି ପ୍ରଥମଥର ଶାହାରୁଖ ତାଙ୍କ ପୁଅକୁ ଭେଟିବାକୁ ଆର୍ଥର ରୋଡ ଜେଲ ଆସିଥିଲେ । ଏହି ସମୟରେ ତାଙ୍କ ପ୍ରଶଂସକମାନେ ବି ସେଠାରେ ଭିଡ ଜମାଇଥିବାର ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe