କନକ ବ୍ୟୁରୋ : ୨ ବର୍ଷର ବ୍ୟବଧାନପରେ ମାୟାନଗରୀରେ ଆୟୋଜିତ ହୋଇଛି ସବୁଠାରୁ ଫେମସ୍ ଇଫତାର ପାର୍ଟି । ମୁମ୍ବାଇରେ ବାବା ସିଦ୍ଧିକି ଓ ଜିସାନ୍ ସିଦିକିଙ୍କ ଦ୍ୱାରା ଆୟୋଜିତ ପାର୍ଟିରେ ବଲିଉଡର ବହୁ ନାମୀଦାମୀ ତାରକା ଯୋଗ ଦେଇଛନ୍ତି । ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କୁ ପାର୍ଟିରେ ନିମନ୍ତ୍ରଣ କରାଯାଇଥିଲା । ଏହି ବ୍ୟୟବହୁଳ ପାର୍ଟିରେ ବଲିଉଡ୍ ଦବଙ୍ଗ ଷ୍ଟାର ସଲମାନ ଖାନ ପ୍ରତିବର୍ଷପରି ଏବର୍ଷ ବି ଯୋଗ ଦେଇଛନ୍ତି । ବ୍ଲାକ ସାର୍ଟ ସହ ବ୍ଲାକ୍ ପ୍ୟାଂଟ ପିନ୍ଧି ଫରମାଲ୍ ଲୁକରେ ନଜର ଆସିଛନ୍ତି ସଲମାନ୍ ।
ସେହିପରି ବଲିଉଡ୍ କିଙ୍ଗ ଶାହରୁଖ ଖାନ୍ ମଧ୍ୟ ଏହି ପାର୍ଟିରେ ପହଂଚିଥିଲେ । କଳା ରଙ୍ଗର ସାଲୱାର କୁର୍ତାରେ ନଜର ଆସିଥିଲେ କିଙ୍ଗ ଖାନ୍ । ସଲମାନଙ୍କ ପିତା ସଲିମ ଖାନ ଓ ସଂଜୟ ଦତଙ୍କ ସମେତ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟି ମଧ୍ୟ ସାମିଲ ହେଇଥିଲେ ଇଫତାର ପାର୍ଟି ରେ । ସେହିପରି ମଡେଲ୍ ତଥା ଅଭିନେତ୍ରୀ ଉର୍ବଶୀ ରୌତେଲା, ରକୁଲ୍ପ୍ରୀତ, ଅଦା ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ବାବା ସିଦ୍ଧିକି ଇଫତାର ପାର୍ଟିରେ ।
ସଂଗୀତ ଜଗତର ପରିଚିତ ଚେହେରା ମିକା ସିଂ ଓ ୯୦ ଦଶକର ଜଣାଶୁଣା ଅଭିନେତ୍ରୀ ଭାଗ୍ୟଶ୍ରୀ ଓ ଟେଲିଜଗତର ପରିଚିତ ନାଁ କରଣ ସିଂ ଗ୍ରୋଭର, ରଶ୍ମି ଦେଶାଇ, ହିନା ଖାନ ମଧ୍ୟ ପାର୍ଟିରେ ସାମିଲ୍ ହୋଇଥିଲେ । ସାଉଥ ସୁନ୍ଦରୀ ତମନ୍ନା ଭାଟିଆ, ଏବଂ ବ୍ରହ୍ମାଣ୍ଡ ସୁନ୍ଦରୀ ହରନାଜ ସାନ୍ଧୁ ବି ବାବା ସିଦ୍ଧିକି ଇଫତାର ପାର୍ଟିରେ ହୋଇଥିଲେ ସାମିଲ । ପ୍ରତିବର୍ଷ ରମଦାନ ମାସରେ ଏହି ପାର୍ଟିର ଆୟୋଜନ କରାଯାଏ । ତେବେ କରୋନା କାରଣରୁ ଗତ ୨ ବର୍ଷ ଧରି ଇଫତାର ପାର୍ଟିର ଆୟୋଜନ ହୋଇ ନଥିଲା ।