ବିବାହ ପରେ ନବଦମ୍ପତି ଆଶୀର୍ବାଦ୍ ନେବା ପାଇଁ ମନ୍ଦିର ଯାଇଥାନ୍ତି । ମାତ୍ର ମୁମ୍ବାଇର ଏକ ଦମ୍ପତି ବିବାହ ପରେ ମନ୍ଦିର ନ ଯାଇ ବଲିଉଡର ବାଦ୍ଶାହା ଶାହାରୁଖ୍ଙ୍କ ଘର ଆଗକୁ ଯାଇ ଫଟୋ ଉଠାଇଥିବା କଥା ସଭିଙ୍କୁ ଚକିତ କରିଛି। ଦୁହିଁଙ୍କ ପାଇଁ ଶାହାରୁଖ୍ଙ୍କ ଘର ମନ୍ଦିର ସମାନ ବୋଲି କହି ଦୁହେଁ ସେଠାକୁ ଯିବା ସହ ଶାହାରୁଖ୍ଙ୍କ ଘର ମନ୍ନତ୍ ଆଗରେ ଫଟୋ ଉଠାଇଥିଲେ । ଦୁହିଁଙ୍କୁ ଶାହାରୁଖ୍ଙ୍କ ଅନ୍ଦାଜରେ ଠିଆ ହୋଇ ଫଟୋ ଉଠାଇଥିବାର ଦେଖାଯାଇଥିଲା । ଏହି ସମୟରେ ଶାହାରୁଖ୍ ଦୁହିଁଙ୍କୁ ଦେଖି ବାଲ୍କୋନିରୁ ହାତ ହଲାଇଥିଲେ ।
God Bless you. https://t.co/A0a7CQ2PXQ
— Shah Rukh Khan (@iamsrk) December 14, 2018
ପରେ ବର ଧ୍ରୁବ ସେହି ଫଟୋଟିକୁ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି, ‘ବିବାହ ପରେ ମନ୍ଦିର ଯିବା ଉଚିତ। ଆମେ ଠିକ୍ ତାହା କରିଛୁ । ଶାହାରୁଖ୍ ଜୀ ଆମେ ଜାଣିଛୁ ଆପଣ ଅମକୁ ଦେଖିବା ସହ ହାତ ହଲାଇଥିଲେ । ଧନ୍ୟବାଦ୍ ସାର୍, ଆମ ଦିନକୁ ଏତେ ଖାସ୍ କରିବା ପାଇଁ।’ ଧ୍ରୁବ୍ଙ୍କ ଏହି ଟୁଇଟ୍ ଶାହାରୁଖ୍ ଦେଖିବା ସହ ପ୍ରତିକ୍ରିୟାରେ ‘ଭଗବାନ ତୁମକୁ ଆଶୀର୍ବାଦ୍ କରନ୍ତୁ’ ବୋଲି ଲେଖିଥିଲେ । ସୂଚନା ମୁତାବକ, ଏହା ପୂର୍ବରୁ ଜୁନ୍୬, ୨୦୧୮ରେ ଧ୍ରୁବ୍ ଟୁଇଟରରେ ଶାହାରୁଖ୍ଙ୍କୁ ଟ୍ୟାଗ୍ କରି ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । ‘‘ଆମେ ଡିସେମ୍ବରରେ ବିବାହ କରୁଛୁ । ଆପଣଙ୍କର ଆଶୀର୍ବାଦ ଦରକାର । ଆପଣ ନ ଆସି ମଧ୍ୟ ଏହି ଟୁଇଟ୍ର ଜବାବ ଦେଲେ ତାହା ଆପଣଙ୍କ ଉପସ୍ଥିତି ଜାହିର୍ କରିବ’’ ବୋଲି ଧ୍ରୁବ୍ ଲେଖିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/12/1-130-620x400.jpg)