ବଲିଉଡ୍ ବାଦଶାହା ଶାହରୁଖ୍ ଖାନ୍ । ନିଜ ଦମଦାର୍ ଅଭିନୟ ପାଇଁ ନା କେବଳ ବଲିଉଡରେ ବରଂ ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍ । ସେଥିପାଇଁ ଟ୍ୱିଟରରେ ଏହି ବାଦଶାହାଙ୍କ ଅନୁଗାମୀଙ୍କ ସଂଖ୍ୟା ହେଉଛି ୨୪ମିନିୟନ୍ । ଶାହାରୁଖ୍ ମାତ୍ର ୮୨ ଜଣଙ୍କୁ ଫଲୋ କରନ୍ତି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ୮୨ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡିଆ ଯୁବକ ବୈଭବ ଦହିମା । ଶାହାରୁଖ୍ ଏବେ ବୈଭବଙ୍କ ଫ୍ୟାନ୍ ହୋଇଯାଇଛନ୍ତି । ଆଉ ତାଙ୍କୁ ଟ୍ୱିଟରରେ କରୁଛନ୍ତି ଫଲୋ ।
ସୁନ୍ଦରଗଡର ବୈଭବଙ୍କ ଏବେ ମୁମ୍ବାଇରେ ପିଜିଡିଏମ୍ କରୁଛନ୍ତି । ବୈଭବଙ୍କ କହିବା ଅନୁଯାୟୀ ଯେତେବେଳେ ଶାହାରୁଖ ତାଙ୍କୁ ଫଲୋ କରିବାର ନୋଟିଫିକେସନ୍ ଇମେଲରେ ପାଇଲେ ସେତେବେଳେ ନିଜକୁ ବିଶ୍ୱାସ କରିପାରିନଥିଲେ । ତେବେ ଶାହାରୁଖ୍ କାହିଁକି ବୈଭବଙ୍କୁ ଫଲୋ କରିଛନ୍ତି ତାର ଉତ୍ତର ଏଯାଏଁ ମିଳିପାରିନାହିଁ । ତେବେ ଶାହାରୁଖ୍ ବୋଧେ ଜାଣି ପାରିଛନ୍ତି କିଏ ପ୍ରକୃତରେ ତାଙ୍କ ଫ୍ୟାନ୍ ।
ସୌଜନ୍ୟ : ଓଡିଶାସାଇନ୍ସ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/04/Shahrukh-khan-movies-list.jpg)