ସ୍ୱର୍ଗ ଠାରୁ ବି ସୁନ୍ଦର ଶାହାରୁଖଙ୍କ ଘର । ନିର୍ମାଣ କରିବାକୁ ଲାଗିଲା ୪ ବର୍ଷ, ଖର୍ଚ୍ଚ ହୋଇଛି ୨୦୦ କୋଟି

1,714

କନକ ବ୍ୟୁରୋ : କୌଣସି ଲୋକପାଇଁ ତା ନିଜ ଘର ସ୍ୱର୍ଗ ଠାରୁ ବି କୌଣସି ଗୁଣରେ କମ୍ ହୋଇ ନଥାଏ । ସେ ଗରିବ ହେଉ କି ଧନୀ କିମ୍ବା ସେ ରାସ୍ତା କଡର ଝୁମ୍ପୁଡି ପଟି ହେଉ କି ସହରର ବିଳାଶମୟ ପ୍ରାସାଦ । ହେଲେ ବଲିଉଡ ଅଭିନେତାଙ୍କ ବାସଭବନ ‘ମନ୍ନତ’ କୁ ଯଦି ଆପଣ ଦେଖିଥାନ୍ତି ତେବେ ଏହା ସ୍ୱର୍ଗ ଠାରୁ କୌଣସି ଗୁଣରେ କମ ନୁହେଁ ବୋଲି ଆପଣଙ୍କୁ ନିଶ୍ଚିନ୍ତ ଅନୁଭବ ହେବ । ଦୈନିକ ହଜାର ହଜାର ଲୋକ ଶାହାରୁଖଙ୍କ ଟିକେ ଦର୍ଶନ ପାଇବାକୁ ମନ୍ନତ ଆଗରେ ଭିଡ ଜମାଇଥାନ୍ତି ।

୬ ମହଲା ବିଶିଷ୍ଠ ଶାହୁରଖ ଖାନ ଓ ତାଙ୍କ ପତ୍ନୀ ଗୌରୀଙ୍କ ଏହି ଘର ମନ୍ନତ ପଶ୍ଚିମ ବାନ୍ଦ୍ରା ଠାରେ ରହିଛି । ମାଛ ଆକୃତିର ଏହି ଘର ଏବେ ଐତିହାସକ ଓ ପର୍ଯ୍ୟଟନ ସ୍ଥଳୀବି ପାଲଟି ଗଲାଣି । ଗୋଟିଏ ଦିନ ଏମିତି ନାହିଁ କି ଯେଉଁଦିନ ଶାହାରୁଖଙ୍କ ଶହ ଶହ ପ୍ରଶଂସକ ଏହି ଘର ଆଗରେ ଭିଡ ନ ଜମାଇଛନ୍ତି ।

ଗୋଟିଏ ଥର ଏମିତି ଘଟଣା ଘଟିଲା କି ଟ୍ୱିଟରରେ ଲୋକମାନେ ଶାହାରୁଖ ଖାନ ତାଙ୍କ ଘର ମନ୍ନତ ବିକ୍ରି କରିବାକୁ ଚାହୁଁଛନ୍ତି ବୋଲି ଖବର ପ୍ରଚାରିତ ହେଲା । ଏହାକୁ ନେଇ ଶାହାରୁଖ କହିଥିଲେ କି ମନ୍ନତ କେବେ ବିକ୍ରି କରାଯାଏ ନାହିଁ, ମୁଣ୍ଡ ନୁଆଁଇ ମଗା ଯାଇଥାଏ । ଏହି କଥାକୁ ଯିଏ ମନେ ରଖିବ ସେ ଜୀବନରେ କିଛି ପାଇପାରିବ ବୋଲି ଶାହାରୁଖ ଖାନ କହିଥିଲେ ।

ଅନ୍ୟଦିନେ ଜଣେ ପ୍ରଶଂସକ ସୋସିଆଲ ମିଡିଆ ମାଧ୍ୟରେ ଶାହାରୁଖଙ୍କୁ ମନ୍ମତର ଦାମ ବାବଦରେ ପଚାରିଥିଲେ । ଏହାକୁ ନେଇ ଶାହାରୁଖ ଖାନ କହିଥିଲେ କି ତୁମେ ତୁମର ୩୦ ବର୍ଷର ଶ୍ରମ ମୋତେ ଦେଇଦିଅ । କୁହାଯାଏ କି ମନ୍ନତକୁ କିଣିବା ପାଇଁ ଶାହାରୁଖ କଠିନ ପରିଶ୍ରମ କରିଥିଲେ । ସେ ୨୦୦୧ ରେ ଏହି ଘରକୁ ୨ ଗୁଣା ଦାମ ଦେଇ କିଣିଥିଲେ । ସେତେବେଳେ ଶାହାରୁଖ ଏହି ଘରକୁ ୧୩.୩୨ କୋଟି ଟଙ୍କାରେ କିଣିଥିଲେ । ଏବେ ଏହି ଘରର ଦାମ ୨୦୦ କୋଟିରୁ ଅଧିକ ରହିଛି ।

ଏକ ଇଣ୍ଟରଭ୍ୟୁରେ ଅଭିନେତା ଶାହାରୁଖ କହିଥିଲେ କି କାହିଁକି ସେ ତାଙ୍କ ଘରର ନାମ ମନ୍ନତ ରଖିଛନ୍ତି । ଶାହାରୁଖଙ୍କ ମୁତାବକ ସେ ଏହି ଘରକୁ ଆସିବା ପରେ ତାଙ୍କର ସବୁ ଆଶା ପୂର୍ଣ୍ଣ ହୋଇଥିଲା । ତାଙ୍କ ଅଭିଳାଶ ମୁତାବକ ସବୁକିଛି ହୋଇପାରିଥିଲା । ଏହାକୁ ଅନୁଭବ କରି ସେ ଏହି ଘରର ନାମ ମନ୍ନତ ରଖିଥିଲେ ।

କହିରଖୁ କି ଶାହାରୁଖ ଏହି ଘରକୁ କିଣିବା ପୂର୍ବରୁ ଏହି ଘରର ନାମ ‘ବିଲା ବିନା’ ଥିଲା । ହେଲେ ଯେତେବେଳେ ଶାହାରୁଖ ଏହାକୁ କିଣିଲେ ସେତେବେଳେ ଏହାର ନାମ ଜନ୍ନତ ରଖିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ପରେ ସେ ଏହି ଘରର ନାମ ମନ୍ନତ ରଖିଥିଲେ ।