କନକ ବ୍ୟୁରୋ: ଅଭିବ୍ୟକ୍ତିର ସ୍ୱାଧୀନତାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ । କହିଛନ୍ତି, ଦେଶରେ ଏବେବି ନାଗରିକଙ୍କ ସ୍ୱାଧୀନତା ଉପରେ ପ୍ରଶ୍ନ କରାଯାଉଛି ଏବଂ ମତପ୍ରକାଶର ଅଧିକାରକୁ ନେଇ ପ୍ରଶ୍ନ ଉଠୁଛି । ୨୮ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ ସମାରୋହ ଉଦଘାଟନ ଅବସରରେ ଏହି କଥା କହିଛନ୍ତି ଅମିତାଭ ବଚ୍ଚନ । ସେନସରସିପ୍ ଓ ସ୍ୱାଧୀନ ମତବ୍ୟକ୍ତ ପ୍ରସଙ୍ଗରେ ଆଲୋଚନା କରି ସେ ଏଭତି ମତ ରଖିଛନ୍ତି ।

Advertisment

ସେହିପରି ନିଜର ଆଗାମୀ ‘ପଠାନ’କୁ ନେଇ ବିବାଦରେ ରହିଥିବା ସୁପରଷ୍ଟାର ଶାହରୁଖ ଖାନ୍ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି । କହିଛନ୍ତି, ଯାହାବି ହେଇଯାଉ, ଆମ ଭଳି ଲୋକ ସବୁବେଳେ ସକାରାତ୍ମକ ହୋଇ ରହିହେବ । ଗୋଟିଏ ସମୟ ଥିଲା ଯେତେବେଳେ ଆମେ ପରସ୍ପରକୁ ଭେଟିପାରୁନଥିଲୁ, କିନ୍ତୁ ଏବେ ଦୁନିଆ ସ୍ୱାଭାବିକ ହେବାରେ ଲାଗିଛି । ଆମେ ସମସ୍ତେ ଖୁସି ଏବଂ ସବୁଠାରୁ ଅଧିକ ଖୁସି ମୁଁ ଅଛି । ଆଉ ମୁଁ ଖୁସି ଯେ ଆମେ ଆଜି ବଂଚି ଯାଇଛୁ ।