ଓଡିଶାରୁ ଶାହାଜାହାନ ସହଯୋଗୀ ଗିରଫ । ରାଉରକେଲାରୁ ଆମୀର ଅଲ୍ଲୀକୁ ଗିରଫ କରାଯାଇଛି

603

କନକ ବ୍ୟୁରୋ : ଓଡିଶାରୁ ଶାହାଜାହାନ ଶେଖ ସହଯୋଗୀ ଗିରଫ । ରାଉରକେଲାରୁ ଶାହାଜାହାନଙ୍କ ସହଯୋଗୀ ଆମୀର ଅଲ୍ଲୀ ଗିରଫ ହୋଇଛନ୍ତି । ଟିଏମସିରୁ ନିଲମ୍ବିତ ହୋଇଛନ୍ତି ଶାହାଜାହାନ ଶେଖ୍ । ଶାହାଜାହାନକୁ ୬ବର୍ଷ ପାଇଁ ନିଲମ୍ବିତ କରିଛି ଚିଏମସି

ପଶ୍ଚିମବଙ୍ଗର ସନ୍ଦେଶଖାଲି ଯୌନ ଉତ୍ପୀଡନ ଓ ଜମି ହଡପ ଅଭିଯୋଗରେ ତୃଣମୂଳ କଂଗ୍ରେସ ନେତା ଶାହାଜାହାନକୁ ଗିରଫ କରାଯାଇଛି । ଶାହାଜାହାନ ଗିରଫ ହେବା ପରେ ଟିଏମସିରୁ ନିଲମ୍ବିତ ହୋଇଛନ୍ତି । ସନ୍ଦେଶଖାଲି ମାମଲାରେ ଶାହାଜାହାନ ଗିରଫ ହୋଇଛନ୍ତି । ୫୫ ଦିନ ପରେ କୋଲକାତା ହାଇକୋର୍ଟର ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ପୋଲିସ ଶାହାଜାହାନକୁ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣାରୁ ପୋଲିସ ଶାହାଜାହାନକୁ ଉଠାଇ ଆଣିଛି । ଶାହାଜାହାନ୍ ଟିଏମସିର ଜଣେ ପ୍ରଭାବଶାଳୀ ନେତା । ଗତ ଜାନୁଆରୀ ୫ ତାରିଖରେ ରାସନ ବଣ୍ଟନ ଦୁର୍ନୀତିରେ ପଚରାଉଚରା କରିବା ପାଇଁ ଶାହାଜାହାନଙ୍କ ଘରେ ପହଞ୍ଚିଥିଲା ଇଡି । ଏହି ସମୟରେ ଶାହାଜାହାନଙ୍କ କିଛି ସହଯୋଗୀ ଇଡି ଟିମ୍ ଉପରକୁ ଆକ୍ରମଣ କରିଥିଲେ । ଏହା ପରେ ଶାହାଜାହାନକୁ ପଚରାଉଚରା କରିବା ପାଇଁ ଇଡି ବାରମ୍ବାର ସମନ କରିଥିଲା । ହେଲେ ଇଡି ଅଧିକାରୀଙ୍କୁ ଆକ୍ରମଣ ପରେ ଫେରାର ହୋଇଯାଇଥିବା ଶାହାଜାହାନ୍ ହାଜର ହୋଇନଥିଲେ । ଏହା ପରେ ଶାହାଜାହାନ୍କୁ ଗିରଫ କରିବା ପାଇଁ ଗତ ସୋମବାର ଦିନ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆସନ୍ତା ୪ ତାରିଖ ସୁଦ୍ଧା ଗିରଫ କରି ହାଜର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।