କନକ ବ୍ୟୁରୋ: ପଶ୍ଚିମବଙ୍ଗ ସନ୍ଦେଶଖାଲି ମାମଲାରେ ରାଉରକେଲାରୁ ଜଣେ ଗିରଫ । ପଶ୍ଚିମବଙ୍ଗ ସନ୍ଦେଶଖାଲି ମାମଲାରେ ରାଉରକେଲାରୁ ଜଣେ ଗିରଫ । ମୁଖ୍ୟ ଅଭିଯୁକ୍ତ ଶାହାଜନ ଶେଖର ସହଯୋଗୀ ଅମୀର ଅଲ୍ଲିକୁ ରାଉରକେଲାରୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । ଜମି ହଡପ ସହିତ ଯୌନହିଂସା ମାମଲାର ୫୫ ଦିନ ପରେ ପୋଲିସ ଗିରଫ କରିଛି ।
ରାଉରକେଲାର ଏକ କଲେଜରେ ଅମିରର ପୁଅ ପଢୁଛି । ସେ ପୁଅକୁ ଦେଖା କରିବାକୁ ଆସିଥିଲା । ଏହି ସମୟରେ ରାଉରକେଲା ପୋଲିସ ସହାୟତାରେ ପଶ୍ଚିମବଂଗ ପୋଲିସ ଅମୀର ଅଲ୍ଲୀକୁ ଗିରଫ କରିଛି । ବିଭିନ୍ନ ଅପରାଧିକ ମାମଲାରେ ଅମୀର ଅଲ୍ଲୀର ସଂପୃକ୍ତ ଥିବା ଜଣାପଡିଛି । ନିକଟରେ ଶାହାଜନ ଘରେ ଇଡି ରେଡ୍ କରିବାକୁ ଯାଇଥିଲା । କିନ୍ତୁ ସଂଘବଦ୍ଧ ଭାବେ ଇଡି ଟିମ ଉପରେ ଆକ୍ରମଣ କରିଥିଲେ ଶାହାଜନଙ୍କ ସମର୍ଥକ । ଏବେ ଶାହଜନକୁ କଲିକତା ହାଇକୋର୍ଟ ୧୦ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି । ଅଭିଯୁକ୍ତ ବିରୋଧରେ ୪୩ଟି ମାମଲା ରହିଛି । ଏହି ସବୁ ମାମଲାର ବିଚାର ପ୍ରକ୍ରିୟା ଶେଷ ହେବାକୁ ଆଗାମୀ ୧୦ ବର୍ଷ ସମୟ ଲାଗିବ ବୋଲି ବିଚାରପତି କହିଛନ୍ତି । ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/iii.jpg)