ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣା: ପୁରୁଷବନ୍ଧୁ ସତ୍ୟ ପ୍ରକାଶ ଦାଶଙ୍କୁ ଅଟକ ରଖିଲା ସହିଦ ନଗର ପୋଲିସ

387

କନକ ବ୍ୟୁରୋ: ଭୁବନେଶ୍ୱର ଏମସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣା । ପୁରୁଷବନ୍ଧୁଙ୍କୁ ଅଟକ ରଖିଲା ସହିଦ ନଗର ପୋଲିସ । ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାଶକୁ ଅଟକ ରଖାଯାଇଛି । ସୁଇସାଇଡ଼ ନୋଟରେ ସତ୍ୟଙ୍କ ନାଁ ଉଲ୍ଲେଖ ଥିଲା । ସତ୍ୟ ଓ ଆଶ୍ରିତାଙ୍କ ମଧ୍ୟରେ ୯ ବର୍ଷର ସମ୍ପର୍କ ଥିବା ଜଣାପଡ଼ିଛି । ଉଭୟ ଗୋଟିଏ ଗାଁର । ସତ୍ୟ ଇନଫୋସିସର ବେଭେରଜ ବିଭାଗରେ କାମ କରୁଥିଲେ । ୨୦୧୯ ମସିହାରୁ ଆଉ ଜଣେ ଯୁବକଙ୍କ ସହ ଆଶ୍ରିତା କଥା ହେଉଥିଲେ । ଯାହାଦ୍ୱାରା ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯୁବତୀଙ୍କ କଲ ରେକର୍ଡ଼ ଯାଂଚ କଲାପରେ ସତ୍ୟ ପ୍ରକାଶଙ୍କ ନାଁ ସାମ୍ନାକୁ ଆସିଥିଲା । ଏହି ମାମଲାରେ ପୋଲିସ ତାଙ୍କୁ ଅଟକ ରଖିଛି ।