କନକ ବ୍ୟୁରୋ : ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏପ୍ରିଲ ମାସ ଏକ ସଫଳତାର ଅଧ୍ୟାୟ ନେଇ ଆସିବ ବୋଲି ଚର୍ଚ୍ଚା ହେଉଛି । କାରଣ ଏହି ମାସରେ ତିନୋଟି ବଡ ଫିଲ୍ମ ରିଲିଜ୍ ହେବ । ବଲିଉଡରେ ଦକ୍ଷିଣ ଫିଲ୍ମର ଦବଦବା ଦେଖି ଯଥେଷ୍ଟ ପୂର୍ବରୁ ମିଷ୍ଟର ପରଫେକ୍ଟନିଷ୍ଟ ଅମିର୍ ଖାନ୍ ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ଲାଲ୍ ସିଂ ଚଢା’ କୁ ବୈଶାଖୀ ଅବସରରେ ରିଲିଜ୍ କରିବାରୁ ଓହରି ଯାଇଥିଲେ । କିନ୍ତୁ ଇତିମଧ୍ୟରେ ଦୁଇଟି ବଡ ଫିଲ୍ମ ମଧ୍ୟରେ ସାହିଦ୍ କପୁରଙ୍କ ଫିଲ୍ମ ଜର୍ସି ଫସିଯାଇଛି । ଏହି ଫିଲ୍ମ ଏପ୍ରିଲ୍ ୧୪ରେ ରିଲିଜ୍ ହେବାର ଥିଲା , କିନ୍ତୁ ପୁଣି ଥରେ ଏହାର ରିଲିଜ୍ ଡେଟକୁ ଘୁଞ୍ଚାଇ ଦିଆଯାଇଛି । ଏବେ ଏହି ଫିଲ୍ମ ୨୨ ଏପ୍ରିଲରେ ରିଲିଜ୍ ହେବ ।

Advertisment

ଫିଲ୍ମ ନିର୍ମାତା ରିଲିଜର ତିନି ଦିନ ପୂର୍ବରୁ ଏହାର ଡେଟକୁ ଘୁଞ୍ଚାଇ ଦେବା କଥା ସମସ୍ତଙ୍କୁ ଚକିତ କରିଛି । ତେବେ ଏହାର ନିର୍ମାତା ଦକ୍ଷିଣର ଦୁଇଟି ଫିଲ୍ମର ଆଡଭାନ୍ସ ବୁକିଂର ଦବଦବାକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । କନ୍ନଡ ସୁପରଷ୍ଟାର ୟଶଙ୍କ 'କେଜିିଏଫ୍-୨' ଏପ୍ରିଲ ୧୪ରେ ରିଲିଜ୍ ହେବ । ୟଶ୍, ରବୀନା ଟଣ୍ଡନ୍, ସଞ୍ଜୟ ଦତ୍ତ ଓ ପ୍ରକାଶ ରାଜଙ୍କ ଅଭିନୀତ 'କେଜିିଏଫ୍-୨' ଏବେଠଆରୁ ଦର୍ଶକଙ୍କ ଭଲ ପାଇବା ସାଉଁଣ୍ଟିବାରେ ସଫଳ ହୋଇଛି । ଫିଲ୍ମ ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ୨୦କୋଟି ଆୟ କରିବ ବୋଲି ଆଶା କରାଯାଉଛି ।

ସେହିଭଳି ତାମିଲ ଅଭିନେତା ବିଜୟଙ୍କ 'ବିଷ୍ଟ'ର ଆଡଭାନ୍ସ ବୁକିଂ ତାମିଲ ଓ ତେଲୁଗୁ ଭାଷାରେ ଭଲ ରହିଛି । ସେହିଭଳି କନ୍ନଡ ଓ ହିନ୍ଦୀ ଭାଷାରେ ମଧ୍ୟ ଏହା ଆଡଭାନ୍ସ ବୁକିଂରେ ଭଲ ଆୟ କରିବା ବୋଲି ଆଶା କରାଯାଉଛି । ଏହା ଏପ୍ରିଲ ୧୩ରେ ରିଲିଜ୍ ହେବ । ତେବେ 'ଜର୍ସି'ରେ ସାହିଦ୍ ଜଣେ ସଂଘର୍ଷ କରୁଥିବା କ୍ରିକେଟର ଭୂମିକାରେ ନଜର ଆସିବେ । ଯି କି ଦୀର୍ଘ ଦିନ ପରେ ମୈଦାନକୁ ଓହ୍ଲାଇଛନ୍ତି । ଏହି ସାଦ୍ଦଙ୍କ ସହ ମୃଣାଳ ଠାକୁର ଓ ପଙ୍କଜ କପୁରଙ୍କୁ ଦେଖିବାକୁ ମିଳିବ ।