ବଲିଉଡ୍ ଅଭିନେତା ସାହିଦ କପୁରଙ୍କ ପୁଅ ଜୈନ କପୁରଙ୍କ ପ୍ରଥମ ଝଲକ ଦେଖିବା ପାଇଁ ସାହିଦଙ୍କ ଫ୍ୟାନ୍ସ ଦୀର୍ଘ ସମୟ ହେବ ଅପେକ୍ଷା କରି ରହିଥିଲେ । ଭାଇଦୂଜ ଅବସରରେ ସାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ୨ ମାସର ହୋଇଥିବା ଜୈନର ପ୍ରଥମ ଝଲକ ଦେଖାଇଛନ୍ତି ଓ ଜୈନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment
View this post on Instagram

Hello World 🌼

A post shared by Mira Rajput Kapoor (@mira.kapoor) on

ସାହିଦ କପୁର ଏବଂ ମିରା କପୁରଙ୍କ ଯୋଡିକୁ ବଲିଉଡର ସବୁଠାରୁ କ୍ୟୁଟ ଯୋଡି ବୋଲି କୁହାଯାଇଥାଏ । ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ନଜର ଆସିଥାଏ । ଦୁହେଁ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରମଧ୍ୟ ରହିଥାନ୍ତି ଏବଂ ଫ୍ୟାନ୍ସଙ୍କ ସହିତ ଫଟୋ ସେୟାର କରିଥାନ୍ତି । ନିକଟରେ ମିରା ପ୍ରଥମ ଥର ପାଇଁ ପୁଅ ଜୈନର ଫଟୋକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ଜୈନଙ୍କୁ ଖୁବ କ୍ୟୁଟ ଅନ୍ଦାଜରେ ଦେଖିବାକୁ ମିଳିଛି । ମିରା ଫଟୋ ସେୟାର କରି ଲେଖିଥିଲେ Hello World  । ଜୈନଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାହିଦଙ୍କ ଫ୍ୟାନ୍ସ ମଧ୍ୟ ଫଟୋକୁ ଖୁବ ପସନ୍ଦ କରିଛନ୍ତି । ସାହିଦ ଏବଂ ମିରା ରାଜପୁତ ଜୁଲାଇ ୨୦୧୫ରେ ବିବାହ କରିଥିଲେ । ତାଙ୍କର ୨ ବର୍ଷର ଝିଅ ମିଶା କପୁର ୨୦୧୬ ଅଗଷ୍ଟରେ ଜନ୍ମ ହୋଇଥିଲେ ।

View this post on Instagram

With Dadi!! Ta-Thai-Thai-Tat 😘

A post shared by Mira Rajput Kapoor (@mira.kapoor) on