ପୁଣି ଥରେ ବାପା ହେବାକୁ ଯାଉଛନ୍ତି ବଲିଉଡର ଚକଲେଟ୍ ବଏ ଶାହିଦ୍ କପୁର । ୨୩ବର୍ଷୀୟ ମୀରା ରାଜପୁତ୍ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଛି । ଏହି ଖବର ପାଇବା ପରେ ଶାହିଦଙ୍କ ପ୍ରଶଂସକ ଖୁସି ହେବା ସହ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଜୁଲାଇ ୭, ୨୦୧୫ ତାରିଖରେ ଶାହିଦ୍ ମୀରାଙ୍କୁ ବିବାହ କରିବା ପରେ ଅଗଷ୍ଟ ୨୬, ୨୦୧୬ରେ ମୀରା ପ୍ରଥମ କନ୍ୟା ସନ୍ତାନ ମିଶାଙ୍କୁ ଜନ୍ମ ଦେଇଥିଲେ । ଏବେ ପୁଣି ଥରେ ମୀରା ଗର୍ଭବତୀ ଥିବା ଜଣା ପଡ଼ିଛି ।
ସୋସିଆଲ ମିଡ଼ିଆରେ ମୀରାଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଗର୍ଭବତୀ ଥିବା ଜଣା ପଡ଼ୁଛନ୍ତି । ଏହି ଫଟୋ ଭାଇରାଲ ହେବା ପରେ ଗତ ବର୍ଷ ଏକ ସାକ୍ଷାତକାରରେ ମୀରା କହିଥିବା କଥା ସମସ୍ତେ ମନେ ପକାଇଛନ୍ତି । ଏକ ଶୋ’ରେ ସାକ୍ଷାତକାର ଦେବା ଅବସରରେ ସେ ଖୁବ୍ ଶୀଘ୍ର ଦ୍ୱିତୀୟ ଥର ମା’ ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ । ଦ୍ୱିତୀୟ ସନ୍ତାନ ପରେ ସେ ଅଭିନୟ ଜଗତରେ ନିଜ କ୍ୟାରିୟର ଆରମ୍ଭ କରିବେ ବୋଲି କହିବା ସହ ସମସ୍ତଙ୍କୁ ଖୁସି ଖବର ବହୁତ ଶୀଘ୍ର ମିଳିବ ବୋଲି ମଧ୍ୟ କହିଥିଲେ । ଏବେ ସେହି କଥା ସତ ହୋଇଛି ବୋଲି ତା’ଙ୍କ ପ୍ରଶଂସକମାନେ କହିବା ଆରମ୍ଭ କରି ଦେଇଛନ୍ତି । ତେବେ ଏ କଥା କେତେ ଦୂର ସତ ତା’ହା ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହି ଖବର ପ୍ରସାର ପରେ ଶାହିଦ୍ ଏହା ଉପରେ କୌଣସି ମତ ରଖି ନଥିବା ଜଣା ପଡ଼ିଛି ।
/kanak/media/post_attachments/wp-content/uploads/2018/04/mediae0l514_37_201661456mira-rajput1-ll-300x225.jpg)