ଗତ ଦୁଇ ଦିନ ହେବ କିଛି ୱେବ ସାଇଟରେ ଅଭିନେତା ସାହିଦ୍ କପୁରଙ୍କୁ ଉଦର କର୍କଟ ହୋଇଛି ବୋଲି ଖବର ପ୍ରକାଶ ପାଇଥିଲା। ଆହୁରି ବି ଖବର ରହିଥିଲା ଯେ ଏପରି ଏକ ସାଂଘାତିକ ଖବରକୁ ସାହିଦ ଏବଂ ତାଙ୍କ ପରିବାର ଲୋକ କାହା ସମ୍ମୁଖରେ ପ୍ରକାଶ ନକରି ଗୋପନ ରଖିବାକୁ ଚାହୁଁଥିଲେ। ତେବେ ବାସ୍ତବରେ କ’ଣ ସାହିଦ କପୁର ଏପରି ଏକ ସମସ୍ୟା ଦେଇ ଗତି କରୁଛନ୍ତି?

Advertisment

publive-image

ସତ ହେଉଛି ନା, ସାହିଦଙ୍କୁ କର୍କଟ ହୋଇ ନାହିଁ ବୋଲି ତାଙ୍କ ପରିବାର ଲୋକେ ଖୋଲାଖୋଲି ଭାବେ ଗଣମାଧ୍ୟମରେ କହିଛନ୍ତି। ଏପରି ଏକ କଥା ସଂପୂର୍ଣ୍ଣ ଭାବେ ଭିତ୍ତିହୀନ ବୋଲି ପରିବାର ଲୋକଙ୍କ ପକ୍ଷରୁ ପ୍ରକାଶ ପାଇଛି। ଏପରି ଏକ ଖବର ନେଇ କ୍ଷୋଭ ପ୍ରକାଶ କରି ସାହିଦଙ୍କ ପରିବାର ଲୋକ ଗଣମାଧ୍ୟମରେ ଜଣାଇଛନ୍ତି ଯେ ‘ଲୋକ କିପରି ଯାହା ନାହିଁ ତାହା ଲେଖି ପାରୁଛନ୍ତି? ଏପରି ଏକ ଖବରର ଉତ୍ସ କ’ଣ? ଏପରି ଭାବେ ଗୁଜବ ପ୍ରଚାର କରିବା କୌଣସି ବି ମତେ ଗ୍ରହଣୀୟ ନୁହେଁ।’