ସାହିଦ୍ କପୁର ଓ କିୟାରା ଆଡଭାନୀ ଷ୍ଟାରର ‘କବୀର ସିଂହ’ ରିଲିଜ ହୋଇସାରିଛି। ଏଥିରେ ଦର୍ଶକ ସାହିଦ୍ କପୁରଙ୍କ ଅଭିନୟକୁ ବି ବେଶ୍ ପ୍ରଶଂସା କରୁଛନ୍ତି। ଓପନିଂ ଡେରେ ସିନେମା ଜବରଦସ୍ତ ବ୍ୟବସାୟ କରିବାରେ ଲାଗିଛି। ଏହି କ୍ରମରେ ସିନେମାକୁ ନେଇ ଏକ ଖବର ଆସିଛି କି ଜୁନ୍ ୨୧ରେ ରିଲିଜ ହୋଇଥିବା ଏହି ସିନେମା ତାମିଲ ରାକର୍ସ େଓ୍ଵବସାଇଟ୍ ମାଧ୍ୟମରେ ସୋସିଆଲ ମିଡିଆରେ ଲିକ୍ ହୋଇଯାଇଛି।
ତେବେ ଏହା ପ୍ରଥମ ଘଟଣା ନୁହେଁ କି କୌଣସି ସିନେମା ତାମିଲ ରାକର୍ସ ଦ୍ୱାରା ଲିକ୍ କରି ଦିଆଯାଇଛି। ଅନେକ ଛୋଟ ଓ ବଡ଼ ସିନେମା ସହିତ ବି ଏମିତି ଘଟଣା ଘଟିଛି। ଅନେକ ସିନେମାକୁ ଏଥିପାଇଁ କ୍ଷତି ବି ସହିବାକୁ ପଡ଼ିଛି। ସାହିଦ କପୁରଙ୍କ ସିନେମା ଜବରଦସ୍ତ ବ୍ୟବସାୟ କରୁଛି। ‘କବୀର ସିଂହ’ ସାହିଦଙ୍କ ସିନେମା ଜୀବନର ସବୁଠାରୁ ବଡ଼ ସିନେମା ବନି ସାମ୍ନାକୁ ଆସିଛି। ଏହାର ଲିକ୍ ହେବା କାରଣରୁ ନିର୍ମାତାଙ୍କୁ କ୍ଷତି ସହିବାକୁ ପଡ଼ି ପାରେ ବୋଲି ଚର୍ଚ୍ଚା ହେଉଛି।
କବୀର ସିଂହ ତେଲୁଗୁ ସିନେମା ଅର୍ଜୁନ୍ ରେଡ୍ଡିର ରିମେକ। ସିନେମାର ଅରିଜିନାଲ ଭର୍ସନରେ ବିଜୟ ଦେବରକୋଣ୍ଡା ଓ ସାଲିନି ପାଣ୍ଡେ କାମ କରିଥିଲେ। ସିନେମାରେ ନିଜ ଅଭିନୟ ବିଷୟରେ ଆଲୋଚନା କରି ସାହିଦ କପୁର କହିଛନ୍ତି, ମୁଁ ସିନେମା ପାଇଁ ୧୪କିଲୋ ଓଜନ ବୃଦ୍ଧି କରିଛି। ପ୍ଲାନ୍ ଏପରି ଥିଲା କି ପ୍ରଥମେ ଯେଉଁ ସିନ୍ ସୁଟ କରାଯିବ ସେଥିରେ ମୋତେ ମୋଟା ଦେଖା ଯିବାର ଥିଲା। କେବଳ ଏତିକି ନୁହେଁ, ଦାଢ଼ି ଓ କେଶ ବଢ଼ାଇବାକୁ ମୋତେ ଦେଢ଼ ମାସ ଲାଗି ଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/06/123712023-shahid-kapoor-amp-kiara-advani-039-s-kabir-singh-get-leaked-check-out-filmibeat.jpg)