ବହୁ ଚର୍ଚ୍ଚିତ ଟେଲିଭିଜନ ଶୋ ‘ଦ କପିଲ ଶର୍ମା’ ରେ ପହଁଚି ସିନେମା ‘ରଙ୍ଗୁନ’ର ପ୍ରମୋସନ କରିଛନ୍ତି ସାହିଦ କପୁର ଓ କଙ୍ଗନା ରାଣାୱତ । ତେବେ ଏଥିସହ ପ୍ରମୋସନ ସମ୍ବନ୍ଧରେ ଟୁଇଟ କରି ଜଣାଇଛନ୍ତି ସାହିଦ । ପ୍ରମୋସନାଲ ଏପିସୋଡ ସୁଟିଂ ବେଶ ଭଲ ରହିବା ସହ କପିଲଙ୍କ କମେଡି ତାଙ୍କୁ ଖୁବ ମନୋରଞ୍ଜନ କରିଥିବା ଟୁଇଟ ମାଧ୍ୟମରେ ଜଣାଇଛନ୍ତି ସାହିଦ ।
ତେବେ ନିକଟରେ କଙ୍ଗନା ଓ ସାହିଦଙ୍କ ମଧ୍ୟରେ ମତାନ୍ତର ଯୋଗୁଁ ଏମାନେ ଏକାଠି ପ୍ରମୋସନ କରିବେନି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଆଉ ଏସବୁ ଚର୍ଚ୍ଚାକୁ ପଛରେ ପକାଇ ‘ରଙ୍ଗୁନ’ର ପ୍ରମୋସନ କରିଛନ୍ତି କଙ୍ଗନା-ସାହିଦ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/kapil.jpg)