ପାକିସ୍ତାନର ପୂର୍ବ କ୍ରିକେଟର ଶାହିଦ୍ ଆଫ୍ରିଦିଙ୍କୁ କରୋନା । ନମୂନା ଆସିଲା ପଜିଟିଭ୍, ଟ୍ୱିଟ୍ କରି ପ୍ରାର୍ଥନା କରିବାକୁ କଲେ ଅନୁରୋଧ ।

625

କନକ ବ୍ୟୁରୋ:  ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କୁ କରୋନା । ଏ ସଂପର୍କରେ ସେ ନିଜେ ଟ୍ଵିଟ କରି ସୂଚନା ଦେଇଛନ୍ତି । ଟ୍ଵିଟରେ ସେ ଲେଖିଛନ୍ତି ଯେ , ଗତ ଗୁରୁବାରଠାରୁ ସେ ଅସୁସ୍ଥ ଅନୁଭବ କରୁଥିଲେ , ଶରୀର ଦରଜ ଥିଲା । ଏହା ପରେ ସେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାହା କରୋନା ପଜିଟିଭ ବାହାରିଛି । ଦ୍ରୁତ ଆରୋଗ୍ୟ ପାଇଁ ସମସ୍ତେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ବୋଲି ସେ ଲେଖିଛନ୍ତି ।

ତେବେ କରୋନା ସଂକ୍ରମିତ ହେବାରେ ଆଫ୍ରିଦି ହେଉଛନ୍ତି ୨ୟ ପାକିସ୍ତାନୀ କ୍ରିକେଟ ଖେଳାଳି । ଏହା ପୂର୍ବରୁ ପୂର୍ବତନ ପାକିସ୍ତାନୀ ଓପନର ତୌଫିକ ଉମର କରୋନା ସଂକ୍ରମିତ ହୋଇଥିଲେ । ସେହିପରି ଜାଫର ସରଫରାଜ ନାମକ ପ୍ରଥମ ଶ୍ରେଣୀ କ୍ରିକେଟର କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । କରୋନାରେ ପ୍ରାଣ ହରାଇବାରେ ସେ ହେଉଛନ୍ତି ପ୍ରଥମ ପେସାଦାର ଖେଳାଳି । ଶାହିଦ ଆଫ୍ରିଦି ନିଜର ଦାତବ୍ୟ ସଂସ୍ଥା ‘ହୋପ ନଟ ଆଉଟ’ ମାଧ୍ୟମରେ ପାକିସ୍ତାନର ଗରିବ ଲୋକମାନଙ୍କୁ କରୋନା ମହାମାରୀ ସମୟରେ ସହାୟତା କରିଆସୁଛନ୍ତି ।