କନକ ବ୍ୟୁରୋ: ପାକିସ୍ତାନ କ୍ରିକେଟ ବୋର୍ଡର ପୋଲ୍ ଖୋଲିଲେ ପୂର୍ବତନ କ୍ୟାପ୍ଟେନ୍ ଶାହିଦ୍ ଆଫ୍ରିିଦି । ପାକିସ୍ତାନ କ୍ରିକେଟରଙ୍କ ଅବସ୍ଥା ଶୋଚନୀୟ କହିବା ସହ ସେମାନଙ୍କୁ କିପରି ଦୟନୀୟ ଭାବେ ଜୀବନ କାଟିବାକୁ ପଡୁଛି ସେ ନେଇ ଗଣମାଧ୍ୟମ ଆଗରେ କ୍ଷୋଭ ପ୍ରକାଶ କଲେ ଆଫ୍ରିଦି ।

Advertisment

ଶାହିଦ୍ ଆଫ୍ରିଦି ଗଣମାଧ୍ୟମ ଆଗରେ ପାକିସ୍ତାନ କ୍ରିକେଟ ବୋର୍ଡର ଖୁଲାସା କରିଛନ୍ତି । କ୍ରିକେଟରଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ବି ତାକୁ ଖାତିର କରୁନି ପିସିବି । ଏହି କ୍ରମରେ ବୋଲର୍ ଶାହିନ୍ ଶାହା ଆଫ୍ରିଦି ଅତୀତ ନିକଟରେ ଆହତ ହୋଇଥିବାବେଳେ ଚିକିତ୍ସା ପାଇଁ ନିଜ ଖର୍ଚ୍ଚରେ ଇଂଲଣ୍ଡ ଗଲେ, ସେଠାରେ ନିଜ ଖର୍ଚ୍ଚରେ ହିଁ ରହିବା ସହ ଚିକିତ୍ସା କରାଇବା ପରେ ଦେଶକୁ ଫେରିଲେ । ହେଲେ ତାଙ୍କର ଚିକିତ୍ସା କଥା ବି ଦିନେ ହେଲେ ପିସିବି ଦୃଷ୍ଟି ଦେଲା ନାହିଁ । ଯାହା ଦେଶର କ୍ରିକେଟରଙ୍କ ପାଇଁ କ୍ଷୋଭର ବିଷୟ ବୋଲି ଆଫ୍ରିଦି କହିଛନ୍ତି ।

ସୂଚନା ମୁତାବକ, ଆସନ୍ତା ମାସରେ ହେବାକୁ ଥିବା ଟି- ୨୦ ବିଶ୍ୱ କପ୍ ଟିମର ଘୋଷଣା କରିଛି ପିସିବି । ଏଥିରେ ବୋଲର ଶାହିନ୍ ଶାହା ଆଫ୍ରିିଦିଙ୍କୁ ସାମିଲ କରାଯାଇଛି । ଆହତ ହୋଇଥିବା କାରଣରୁ ଶାହିନ୍ ଏସିଆ କପର ସବୁ ମ୍ୟାଚ୍ ଖେଳିପାରିନଥିଲେ । କିଛି ମ୍ୟାଚ ଖେଳିବା ପରେ ଆହତ ହେବାରୁ ସେଠାରୁ ସିଧା ଇଂଲଣ୍ଡ ଯାଇଥିଲେ । ଟିକେଟ ମଧ୍ୟ ନିଜ ଖର୍ଚ୍ଚରେ କରିଥିଲେ । ସେଠାକୁ ଯିବା ପାଇଁ ସବୁ ଖର୍ଚ୍ଚ ନିଜେ ହିଁ କରିଥିଲେ । ପାକିସ୍ତାନରେ ରହି ସାହିଦ୍ ଆଫ୍ରିଦି ଡାକ୍ତରଙ୍କ ସହ ଯୋଗଯୋଗ କରି ତାଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲେ । ଯେଉଁ ଦେଶରେ ଖେଳାଳିଙ୍କ ପାଇଁ କାହାରି ପରବାୟ ନାହିଁ ସେଠି ଖେଳର ଭବିଷ୍ୟତ କ’ଣ ବୋଲି କହିବା ସହ ଘୋର କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ କ୍ୟାପ୍ଟେନ୍ ସାହିଦ୍ ଆଫ୍ରିଦି ।