କନକ ବ୍ୟୁରୋ : ନାଗରିକତା କାନୁନ୍ ବିରୋଧରେ ଶାହିନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ରାୟ ଉପରେ ପୁଣି ବିଚାର କରିବାକୁ ମନା କରିଦେଇଛନ୍ତି । ଏହା ସହ କୋର୍ଟ କହିଛନ୍ତି କି କୌଣସି ଗୋଟିଏ ସାର୍ବଜନିକ ସ୍ଥାନରେ ଦୀର୍ଘ ସମୟ ଧରି ଧାରଣା ପ୍ରଦର୍ଶନ କରି ଅନ୍ୟ ଲୋକ ମାନଙ୍କର ଅଧିକାରକୁ ପ୍ରଭାବିତ କରାଯାଇ ପାରିବ ନାହିଁ । ବିରୋଧ ପ୍ରଦର୍ଶନ କରିବା ପାଇଁ ସବୁ ସମୟ ଓ ସବୁ ସ୍ଥାନରେ ଅନୁମତି ମିଳିପାରିବ ନାହିଁ ।
ଅଦାଲତ ଟିପ୍ପଣୀ କରି କହିଛନ୍ତି କି ସାମ୍ବିଧାନିକ ଯୋଜନା, ବିରୋଧ ଓ ଅସନ୍ତୁଷ୍ଟି ପ୍ରକାଶ କରିବାର ଅଧିକାର ପ୍ରଦାନ କରେ କିନ୍ତୁ କିଛି କର୍ତ୍ତବ୍ୟର ବାଧ୍ୟତା ସହିତ । ଅଦାଲତ ତାଙ୍କ ଆଦେଶରେ କହିଛନ୍ତି କି ଆମେ ସାଧାରଣ ଆବେଦନ ଉପରେ ସମୀକ୍ଷା ଆବେଦନ ଏବଂ ରେକର୍ଡ ଉପରେ ବିଚାର କରିଛୁ । ହେଲେ ତାହା ମଧ୍ୟରୁ କୌଣସି ଭୁଲ ମିଳିପାରି ନାହିଁ । ବିଚାରପତି ଏସକେ କୌଲ, ବିଚାରପତି ଅନିରୁଦ୍ଧ ବୋଷ ଓ ବିଚାରପତି କୃଷ୍ଣ ମୁରାରୀଙ୍କ ଏକ ଖଣ୍ଡପୀଠ ଏହି ରାୟ ଘୋଷଣା କରିଛନ୍ତିି ।
ସୂଚନା ଥାଉକି ନାଗରିକତା କାନୁନ୍ ବିରୋଧରେ ଶାହିନବାଗ ଠାରେ ପ୍ରଦର୍ଶନ କରୁଥିବା କିଛି ମହିଳା ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ସେଥିରେ ସେ କହିଥିଲେ କି ଶାହିନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ ଅକ୍ଟୋବର ୨୦୨୦ ରେ ସୁପ୍ରିମକୋର୍ଟ ଯେଉଁ ଆଦେଶ ଜାରି କରିଥିଲେ ତାହା ଉପରେ ଆଉଥରେ ବିଚାର କରନ୍ତୁ । ହେଲେ ଆଜି କୋର୍ଟ ଏହି ଆବେଦନକୁ ଖାରଜ କରି ପୂର୍ବ ରାୟକୁ ବଳବତ୍ତର ରଖିଛନ୍ତି ।
ଶାହିନବାଗରେ ଚାଲିଥିବା ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଥିଲେ ତାହା ଉପରେ ପୁର୍ନ ବିଚାର କରିବାକୁ ନଭେମ୍ବର ୨୦୨୦ ରେ ଆବେଦନ ହୋଇଥିଲା । ଆବେଦକାରୀ ମାନେ ଅଭିଯୋଗ କରିଥିଲେ କି ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ଦ୍ୱାରା ସରକାରଙ୍କ ଭୂଲ ନିଷ୍ପତ୍ତି ବିରୋଧରେ ଏବେ ଆନ୍ଦୋଳନ କରିବା ନେଇ ଅନିଶ୍ଚିନ୍ତତା ଦେଖା ଦେଇଛି ।
ସୂଚନା ଥାଉକି ନାଗରିକତା କାନୁନ ସଂଶୋଧନ ବିରୋଧରେ ପୂର୍ବବର୍ଷ ଶାହିନବାଗ ଠାରେ ଦୀର୍ଘ ସମୟ ଆନ୍ଦୋଳନ ଜାରି ରହିଥିଲା । ଦୀର୍ଘ ସମୟ ଧରି ଚାଲିଥିବା ଏହି ଆନ୍ଦୋଳନକୁ ଆନ୍ଦୋଳନ ସ୍ଥଳରୁ ହଟାଇବାକୁ କୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ କହିଥିଲେ କି ସାର୍ବଜନିକ ସ୍ଥଳ ଖାଲି କରିବାକୁ ପୋଲିସ ପାଖରେ ଅଧିକାର ରହିଛି । ଏହା ସହ କୌଣସି ସାର୍ବଜନିନ ସ୍ଥାନକୁ ଘେରି ଦୀର୍ଘ ସମୟ ଧରି ଆନ୍ଦୋଳନ କରାଯାଇ ପାରିବ ନାହିଁ ।