ଆମେରିକାର ପ୍ରମୁଖ ପତ୍ରିକା ଟାଇମ ମାଗାଜିନରେ ସାହିନବାଗର ଦାଦି ମା’ । ବିଶ୍ୱର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଲେ ବିଲକିସ୍ ।

141

କନକ ବ୍ୟୁରୋ: ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ସାହିନବାଗରେ ଚାଲିଥିବା ଆନ୍ଦୋଳନରେ ସବୁଠାରୁ ବଡ ଚେହେରା ଭାବେ ଉଭା ହୋଇଥିବା ବିଲକିସ୍ ଦାଦି ମା’ ଏବେ ଟାଇମ୍ ପତ୍ରିକା ଦ୍ୱାରା ୧୦୦ ଜଣ ପ୍ରଭାବଶାଳୀ ସେଲିବ୍ରେଟିଙ୍କ ତାଲିକାରେ ଗଣତି ହୋଇଛନ୍ତି । ଏହି ଅବସରରେ ଦାଦି ମା’ ବେଲକିସ୍ ଖୁସି ବ୍ୟକ୍ତ କରି କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋ ପୁଅ ଭଳି ଏବଂ ସେ ଯଦି ମୋତେ ଡାକନ୍ତି ତେବେ ମୁଁ ତାଙ୍କୁ ଭେଟି ଖୁସି ହେବି ।

ଗତବର୍ଷ ସଂସଦରେ ନାଗରିକ ଆଇନ ପାସ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ଏହି ଆଇନ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ତାହା ମଧ୍ୟରୁ ସାହିନବାଗ ଥିଲା ପ୍ରମୁଖ ବିରୋଧ ସ୍ଥଳୀ । ସାହିନବାଗର ବିରୋଧ ପ୍ରଦର୍ଶନ ଉପରେ ସାରା ବିଶ୍ୱ ନଜର ରଖିଥିଲା । ପ୍ରଦର୍ଶନ ସ୍ଥଳୀର ମୁଖ୍ୟ ଆକର୍ଶଣ ଥିଲା ଯେ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ । ଏହି ଆନ୍ଦୋଳନର ସ୍ମୃତି ଉଚାରଣ କରି ବିଲକିସ୍ ଦାଦି ମା’ କହିଛନ୍ତି କି ପାରଦ ପତନ, ତାପମାତ୍ରା ବୃଦ୍ଧି ଓ ବର୍ଷା ସମୟରେ ମଧ୍ୟ ଆମେ ପ୍ରଦର୍ଶନ ଜାରି ରଖିଥିଲୁ । ଯେତେବେଳେ ଆମ ପିଲା ମାନଙ୍କୁ ଜାମିଆ ବିଶ୍ୱବିଦ୍ୟାଳୟରେ ପିଟା ଗଲା ସେତେବେଳେ ଆମେ ଆହୁରି ଦୃଢ ହୋଇଯାଇଥିଲୁ । ଆମ ଉପରେ ବି ଗୁଳି ଚଳାଗଲା ହେଲେ ଆମେ ଆନ୍ଦୋଳନରୁ ଉହୁରି ନଥିଲୁ ।

ତାଙ୍କୁ ଯେତେବେଳେ ପଚରା ଗଲା କି ଯଦି ପ୍ରଧାନମନ୍ତ୍ରୀ ତୁମକୁ ନିମନ୍ତ୍ରଣ କରନ୍ତି ତେବେ । ଏହାର ଉତ୍ତର ଦେଇ ସେ କହିଥିଲେ କି ମୋଦୀଜୀ ମୋ ପୁଅ ଭଳି ଓ ମୁଁ ତାଙ୍କ ମା’ ଭଳି , ସେ ଯଦି ନିମନ୍ତ୍ରଣ କରିବେ ତେବେ ତାଙ୍କୁ ଦେଖା କରିବାର କିଛି ଭୟ ମୋର ନାହିଁ । ଟାଇମ ପତ୍ରିକାରେ ମୋ ନାଁ ଥିବାରୁ ଏଥିପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି । କହିରଖୁ କି ଏହି ତାଲିକାରେ ଭାରତୀୟ ମାନଙ୍କ ମଧ୍ୟରେ ଚଳଚିତ୍ର ଅଭିନେତା ଆୟୁଷ୍ମାନ ଖୁରାନା, ଗୁଗୁଲ ସିଇଓ ସୁନ୍ଦର ପିଚାଇ, ଏଚଆଇଭି ଓ ସାହିନବାଗ ଉପରେ ଗବେଷଣା କରୁଥିବା ରବିନ୍ଦ୍ର ଗୁପ୍ତାଙ୍କ ନାଁ ବି ରହିଛି ।