ଶାହିନ୍ ବାଗ୍ କୁ ସୈତାନ ବାଗ୍ କହି ଅଡୁଆରେ ବିଜେପି ରାଷ୍ଟ୍ରୀୟ ସଚିବ : କହିଲେ , ଆଇଏସଆଇଏସ୍ ସଂଗଠନ ମହିଳା ଏବଂ ପିଲାଙ୍କୁ ବ୍ୟବହାର କଲା ଭଳି ଶାହିନ୍ ବାଗ୍ ର ଅବସ୍ଥା

169

ସିଏଏ ବିରୋଧକୁ ନେଇ ଦିଲ୍ଲୀର ଶାହିନ୍ ବାଗ୍ ରେ ମହିଳାଙ୍କ ପ୍ରଦର୍ଶନ ଚାଲୁ ରହିଛି । ଏଥିମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଚିବ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ଘେରକୁ ଆସିଛି । ବିଜେପି ରାଷ୍ଟ୍ରୀୟ ସଚିବ ତରୁଣ ଚୁଘ୍ ଶାହିନ୍ ବାଗ୍ ର ଅର୍ଥ ସୈତାନ ବାଗ୍ କହିବା ସହ ଆଇଏସଆଇଏସ୍ ସଂଗଠନ ଯେଭଳି ମହିଳା ଏବଂ ଛୋଟପିଲାଙ୍କୁ ବ୍ୟବହାର କରନ୍ତି ସେଭଳି ଶାହିନ୍ ବାଗ୍ ରେ ବ୍ୟବହାର କରିଥିବା କଥା କହିଛନ୍ତିି । ଭାରତରେ ହାଫିଜ୍ ସଇଦ୍ ର ବିଚାର ଆଦୌ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।

ଦିଲ୍ଳୀରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ମତଦାତାଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିବାରେ ଲାଗି ପଡିଛନ୍ତି । ଏକ ସପ୍ତାହ ଭିତରେ ନିର୍ବାଚନ ଥିବାରୁ ବିଜେପି ନେତା ସିଏଏ ବିରୋଧୀଙ୍କ ବିରୋଧରେ ବୟାନ ଦେଇଥିବା କଥା କୁହାଯାଉଛି । ତରୁଣ୍ ଚୁଘ୍ ନିଜ ଟ୍ୱିଟର ଆକାଉଣ୍ଟରେ କହିଛନ୍ତି ଯେ ଶାହିନ୍ ବାଗ୍ ର ପ୍ରଦର୍ଶନକାରୀ ଦିଲ୍ଲୀ ଜନତାଙ୍କ ମନରେ ରାସ୍ତା ଅବରୋଧ କରି ଭୟ ସୃଷ୍ଟି କରାଇବା ପାଇଁ ଚେଷ୍ଟା କରୁଛନ୍ତି ।