କନକ ବ୍ୟୁରୋ: ଭବାନୀପାଟଣାରେ ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର କଳାହାଣ୍ଡି ଜିଲ୍ଲା ଗସ୍ତ କରିବା ସହିତ ଏହି ମେଡିକାଲ କଲେଜର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜର ଛାତ୍ରଙ୍କ ସହ ଆଲୋଚନା କରିବା ସହିତ ସେଠାରେ କିପରି ସୁବିଧା ସୁଯୋଗ ରହିଛି ସେ ନେଇ ଆଲୋଚନା କରିଛନ୍ତି ।
୧୦୦ ସିଟ୍ ବିଶିଷ୍ଟ ଏହି ମେଡିକାଲ କଲେଜ କଳାହାଣ୍ଡିର ବିକାଶରେ ନୂଆ ଫର୍ଦ୍ଦ ଯୋଡିବ । ୩୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଏହି ମେଡିକାଲ କଲେଜ । ମୁଖ୍ୟମନ୍ତ୍ରୀ ଆଜି ଏହି ମେଡିକାଲ କଲେଜର ଲୋକାର୍ପଣ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏସ ପି ସିଂହ ବାଘେଲଙ୍କ ସହିତ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଉପସ୍ଥିତ ଥିଲେ ।
ମେଡିକାଲ କଲେଜ ଉଦଘାଟନ୍ କରି ସାରିବା ପରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ମେଡିକାଲ କଲେଜରେ ସୁବିଧା ସୁଯୋଗ ଠିକ୍ ରହିଛି କି ନାହିଁ? ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ । ଯାହା ପରେ ମେଡିକାଲ କଲେଜର ଛାତ୍ର ସବୁ କିଛି ସୁବିଧାସୁଯୋଗ ମେଡିକାଲ କଲେଜରେ ରହିଥିବା ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ।