କଳାହାଣ୍ଡି ବେଲଖଣ୍ଡିରେ ସହିଦଙ୍କୁ ଶେଷ ସଲାମ । ଜନ୍ମମାଟିରେ ସହିଦଙ୍କୁ ଅଶ୍ରୁଳ ବିଦାୟ । ତ୍ରିପୁରା ବୋର୍ଡରେ କାର୍ଯ୍ୟରତ ବେଳେ ହୋଇଥିଲେ ସହିଦ

132

କନକ ବ୍ୟୁରୋ: ଜନ୍ମମାଟିରେ ସହିଦଙ୍କ ହେଲା ଅନ୍ତିମ ସଂସ୍କାର । ଅନ୍ତିମ ସଂସ୍କର ପଡ଼ିଆରେ ବିଏସଏଫ ଓ ସ୍ଥାନୀୟ ପୋଲିସ ପକ୍ଷରୁ ସଲାମୀ ଦିଆଯାଇଥିଲା । କଳାହାଣ୍ଡିର ଯବାନ ଗତ ୩ ଦିନ ତଳେ କାର୍ଯ୍ୟରତ ଥିବା ବେଳେ ସହିଦ ହୋଇଥିଲେ । ଏହାପରେ ଇଶ୍ୱର ଚନ୍ଦ୍ରଙ୍କ ପାର୍ଥିବ ଶରୀର ଆଜି ଗାଁରେ ପହଞ୍ଚିଥିଲା । କାନ୍ଦବୋବାଳିରେ ଫାଟି ପଡ଼ିଥିଲା ଗାଁ । ଅମାଠ ଛକ ଠାରୁ ତାଙ୍କ ଗାଁ ବେଳଖଣ୍ଡି ପର୍ଯ୍ୟନ୍ତ ହଜାର ହଜାର ଲୋକ ବାଇକ ରାଲି କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି କରିଥିଲେ । ଇଶ୍ୱର ଚନ୍ଦ୍ର ଅମର ରହେ ସ୍ଲୋଗାନରେ ଫାଟି ପଡ଼ିଥିଲା ପୁରା ପରିବେଶ । ସହିଦଙ୍କୁ ହରାଇ ପରିବାରରେ ଶୋକକୂଳ ପରିବେଶ ସୃଷ୍ଟି ହୋଇଥିଲା । ମା’, ସ୍ତ୍ରୀ ବାହୁନି ବାହୁନି କହିଥିଲେ ଛୁଟିରେ ଆସିବା କଥା କହିଥିଲେ ଏବେ ତାଙ୍କ ପାର୍ଥିବ ଶରୀର ଆସିଛି ।