ମହିଳା ଲୋକୋ ପାଇଲଟଙ୍କ ଫାଶୀ ଲଗାଇ ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ

1,236

କନକ ବ୍ୟୁରୋ :  ମଧ୍ୟପ୍ରଦେଶର ଶହଦୋଲରେ ଜଣେ ମହିଳା ଲୋକୋ ପାଇଲଟ୍  ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । କୋଟୱାଲି ପୋଲିସଷ୍ଟେସନ ପରିସରର କିରଣ ଟକିଜ ନିକଟରେ ଏହି ଘଟଣା ଘଟିଛି । କୋଟୱାଲୀ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ରାଘବେନ୍ଦ୍ର ତିୱାରୀ କହିଛନ୍ତି ଯେ ଶନିବାର ଅପରାହ୍ନରେ ତାଙ୍କ ଘରେ  ମହିଳା ଲୋକୋ ପାଇଲଟ ଆରତୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ତାରେ ଦେଖିବା ପାଇଁ ମିଳିଛି । ସ୍ଥାନୀୟ ଲୋକ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚି ମାମଲା ଉପରେ ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ ଆରତୀଙ୍କୁ ଆଠ ବର୍ଷ ପାଇଁ ମଧ୍ୟପ୍ରଦେଶର ଶହଦୋଲରେ ଲୋକୋ ପାଇଲଟ୍ ଭାବରେ ପୋଷ୍ଟ କରାଯାଇଥିଲା । ସେ କିରଣ ଟକିଜ୍ ନିକଟରେ ଥିବା ଏକ ଭଡା ଘରେ ରହୁଥୁଲେ   । ସକାଳ ଠାରୁ ତାଙ୍କ କବାଟ ବନ୍ଦ ରହିଥିଲା ଏବଂ ଦୀର୍ଘ ସମୟ ଧରି ଖୋଲା ନହେବାରୁ ଆଖପାଖରେ ରହୁଥିବା ସ୍ଥାନିୟ ଲୋକମାନେ ସନ୍ଦେହ ପ୍ରକଟ କରିଥିଲେ, ଯେତେବେଳେ ଲୋକମାନେ ଆରତୀକୁ ଚିକô୍ାର କରି ଡାକିବା ପରେ ମଧ୍ୟ କବାଟ  ଖୋଲି ନଥିଲେ, ପରେ ଲୋକମାନେ ଏବାବଦରେ ପୋଲିସକୁ ଅବଗତ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥାନିୟ ଲୋକଙ୍କ ସାମ୍ନାରେ କବାଟ ଭାଙ୍ଗିଥିଲା । ଏବଂ ଲୋକୋ ପାଇଲଟ ଆରତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲା ।

ମୃତଦେହକୁ ଜବତ କରିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ବୋଲି ପୋଲିସ କହିଛି । ଆରତୀ ହେଉଛନ୍ତି ଝାଂସିର ବାସିନ୍ଦା । ତାଙ୍କ ପରିବାର ସଦସ୍ୟଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଆରତୀ ଶହଦୋଲରେ ଏକୁଟିଆ ରହୁଥିଲେ ଓ ତାଙ୍କ ପରିବାର ସଦସ୍ୟ ଶହଦୋଲରେ ପହଂଚିବା ପରେ ତାଙ୍କ ମୃତ ଶରୀରରକୁ ପୋଷ୍ଟମର୍ଟମ୍ କରାଯିବ । ବର୍ତ୍ତମାନ ପୋଲିସ ଏହି ମାମଲା ଉପରେ ତଦନ୍ତ ଜାରି ରହିଛି । କେଉଁ କାରଣ ପାଇଁ ଲୋକୋ ପାଇଲଟ ଆରତୀ ଆତ୍ମହତ୍ୟା କରିଛନ୍ତି ତାହା ଉପରେ ପୋଲିସ ତଦନ୍ତ କରୁଛି ।