ରାଉରକେଲାରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ୭୫ ବିଧାନସଭା ଓ ୧୫ ଲୋକସଭା ଆସନ ଦଖଲ ପାଇଁ ଦମ୍ଭୋକ୍ତି ।

1,225

କନକ ବ୍ୟୁରୋ: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୨୦ ତାରିଖରେ ହେବ । ୫ ଲୋକସଭା ଓ ୩୫ ବିଧାନସଭା ଆସନରେ ପଡିବ ଭୋଟ । କିନ୍ତୁ ଏହା ପୂର୍ବରୁ କିଏ କେତେ ଆସନ ଜିତିବ, କିଏ ସରକାର ଗଢ଼ିବ, ସେ ନେଇ ବୟାନବାଜି ଜାରି ରହିଛି । ଏହି କ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଉରକେଲା ଜନମଞ୍ଚରୁ, ବଡ ଦାବି କରିଛନ୍ତି । ଓଡିଶାରେ ବିଜେପି ୧୫ ଲୋକସଭା ଓ ୭୫ ବିଧାନସଭା ଆସନ ଜିତିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଅମିତ୍ ଶାହା ।

  • ନେତାଙ୍କ ଆସନ ଅଙ୍କ
  • କିଏ ଜିତିବ କେତେ ଆସନ?

ରାଜ୍ୟରେ କିଏ ଗଢ଼ିବ ସରକାର ସେନେଇ ବିଜେଡି-ବିଜେପି ମଧ୍ୟରେ ବୟାନବାଜି ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ବିଜେପିର ରାଜ୍ୟ ଓ କେନ୍ଦ୍ରୀୟ ନେତା ଓଡିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବ ବୋଲି ଦାବି କରି ଆସୁଛନ୍ତି । ଅନ୍ୟପଟେ ଏହି ପ୍ରସଙ୍ଗରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ବିଜେଡି ନେତା ଭି. କେ.ପାଣ୍ଡିଆନ ବିରୋଧୀଙ୍କୁ ସମାଲୋଚନା କରିବା ସହ ପୁଣି ଥରେ ସରକାର ଗଢ଼ିବେ ବୋଲି ଦାବି କରି ଆସୁଛନ୍ତି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ କିଏ କେତେ ଆସନ ଜିତିବ ସେ ନେଇ ବିଜେଡି-ବିଜେପି ମଧ୍ୟରେ ଅଙ୍କକଷା ଜୋର ଧରିଛି । ତେବେ ବିଜେଡି-ବିଜେପିର ଅଙ୍କକଷାଠାରୁ ଦୂରେଇ ରହିଛି କଂଗ୍ରେସ ପାର୍ଟି ।