କନକ ବ୍ୟୁରୋ: ୨୭ ଦିନ ପରେ ଘରକୁ ଫେରିବେ ଆରୟନ ଖାନ୍ । ବମ୍ବେ ହାଇକୋର୍ଟ ଶୁଣାଣି କରି ଆରୟନ ଖାନଙ୍କ ସମେତ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଲଗାତାର ୩ ଦିନ ଧରି ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଗୁରୁବାର କୋର୍ଟରେ ଆରୟନଙ୍କୁ ଜାମିନ ନ ଦେବା ପାଇଁ ଯୁକ୍ତି କରିଥିଲା ଏନସିବି । କୋର୍ଟରେ ଏନସିବି ତରଫରୁ ଓକିଲ ଅନୀଲ ସିଂହ କହିଥିଲେ...
ଆରୟନ ଖାନ୍ ପ୍ରଥମ ଥର ଡ୍ରଗ୍ସ ନେଉ ନଥିଲେ, ଆରୟନ ଓ ଅରବାଜ ଅନେକ ବର୍ଷରୁ ଡ୍ରଗ୍ସ ନେଇ ଆସୁଛନ୍ତି
- ଡ୍ରଗ୍ସ ପେଡଲରଙ୍କ ସହ ମଧ୍ୟ ତାଙ୍କ ସମ୍ପର୍କ ରହିଛି
- ଚାର୍ଟସରୁ ସ୍ପଷ୍ଟ ହେଉଛି ଯେ, ଆରୟନ ଡ୍ରଗ୍ସ କାରବାର କରୁଥିଲେ
- କ୍ରୁଜରେ ଡ୍ରଗ୍ସ ପାର୍ଟି ନେଇ ଆରୟନ ଖାନ୍ ଆଗରୁ ଜାଣିଥିଲେ
- ଗାନ୍ଧୀ ଜୟନ୍ତୀରେ ଆରୟନ ଏଭଳି କରିବାର ନଥିଲା
ଏନସିବି ପକ୍ଷରୁ ଓକିଲ ଅନୀଲ ସିଂହଙ୍କ ଯୁକ୍ତି ଶୁଣିବା ପରେ ଆରୟନ ଖାନଙ୍କ ତରଫରୁ ପକ୍ଷ ରଖିଥିବା ଓକିଲ ମୁକୁଲ ରୋହତୋଗୀଙ୍କ ଯୁକ୍ତି...
- ଆରୟନ, ଅରବାଜ ଏକାଠି ଥିଲେ ମାତ୍ର ଆରୟନଙ୍କୁ ଜଣା ନଥିଲା ଯେ, ଅରବାଜଙ୍କ ପାଖରେ ଡ୍ରଗ୍ସ ଅଛି
- ଆରୟନ ଖାନ୍ କୌଣସି ଷଡଯନ୍ତ୍ର କରି ନାହାଁନ୍ତି
- ଷଡଯନ୍ତ୍ର ହୋଇଛି କି ନାହିଁ ସେଥିପାଇଁ ପ୍ରମାଣ ଆବଶ୍ୟକ
- ଆରୟନ ଖାନଙ୍କ ବିରୋଧରେ ସେଭଳି କିଛି ପ୍ରମାଣ ନାହିଁ
- ମାନବ ଓ ଗାବାଙ୍କୁ ଆରୟନ ଜାଣିଥିଲେ ସେମାନଙ୍କୁ କାହିଁକି ଗିରଫ କରାଯାଇ ନାହିଁ
- ମାମଲାରେ ସମ୍ପୃକ୍ତ ଅନ୍ୟ ୨ ଜଣଙ୍କୁ ପୂର୍ବରୁ କିଭଳି ଜାମିନ୍ ମିଳିଲା
ବମ୍ବେ ହାଇକୋର୍ଟଙ୍କ ଶୁଣାଣୀ ପରେ ଶୁକ୍ରବାର ଜେଲରୁ ମୁକୁଳି ପାରନ୍ତି ଆରୟନ ଖାନ୍ । ଅକ୍ଟୋବର ୨ ଶାହରୁଖ ଖାନଙ୍କ ଜନ୍ମଦିନ ପୂର୍ବରୁ ଆରୟନ ଖାନଙ୍କୁ ଜାମିନ୍ ମିଳିବା ନିଶ୍ଚିତ ଭାବେ ତାଙ୍କ ପରିବାର ପାଇଁ ଏକ ଖୁସିର ଖବର । ନଭେମ୍ବର ୨ ତାରିଖରେ କ୍ରୁଜରେ ଡ୍ରଗ୍ସ ପାର୍ଟି ଚାଲିଥିବାବେଳେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଚଢାଉ କରି ଆରୟନ ଖାନ ସମେତ ୩ ଜଣଙ୍କୁ ଗିରଫ କରିଥିଲା । ଏହି ମାମଲାରେ ପ୍ରଥମେ ଏନଡିପିସି କୋର୍ଟ ଶୁଣାଣୀ କରି ଅକ୍ଟୋବର ୨୦ ତାରିଖରେ ଆରୟନଙ୍କ ଜାମିନ୍ ଖାରଜ କରିଦେଇଥିଲେ । ପରେ ବମ୍ବେ ହାଇକୋର୍ଟକୁ ଯାଇଥିଲା ମାମଲା । ଶେଷରେ ହାଇକୋର୍ଟ ଆରୟନଙ୍କୁ ଜାମିନ ପ୍ରଦାନ କରିଛନ୍ତି ।