ଆରୟନ ଖାନଙ୍କୁ ମିଳିଲାନି ଜାମିନ୍ । ବେଲ୍ ଆବେଦନ ଖାରଜ କଲେ କୋର୍ଟ ।

156

କନକ ବ୍ୟୁରୋ : ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ଆଜି ବି ମିଳିଲା ନାହିଁ ଜାମିନ । ଜେଲରୁ ବାହାରି ପାରିଲେ ନାହିଁ ଆରୟନ । କାରଣ, ଏନଡିପିଏସ କୋର୍ଟ ପୁଣି ଥରେ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି । ଆରୟନଙ୍କ ସମେତ ତାଙ୍କର ଦୁଇ ସାଙ୍ଗ ଅରବାଜ ମର୍ଚେଂଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ମଧ୍ୟ ଖାରଜ ହୋଇଛି । ଏବେ ଆରୟନ ଜାମିନ ପାଇଁ ମୁମ୍ବାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡିଛି ।

ଆରୟନ ଖାନଙ୍କୁ ଝଟକା ! ଡ୍ରଗ୍ସ ମାମଲାରେ ପୁଣି ଖାରଜ ହେଲା ବେଲ୍ । ପୁଣିଥରେ ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଜାମିନ ଖାରଜ ହୋଇଛି । ମୁମ୍ବାଇ ଡ୍ରଗସ କ୍ରୁଜ ମାମଲାରେ ଗିରଫ ହେବା ପରେ ଆରୟନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି । ଗୋଟିଏ ପଟେ ଆରୟନ ଖାନଙ୍କ ଗିରଫ ମାମଲାକୁ ନେଇ ରାଜନୀତି ତେଜୁଥିବାବେଳେ ଏପଟେ ଏନସିବି ଆରୟନଙ୍କୁ ନେଇ ଅନେକ ପ୍ରମାଣ କୋର୍ଟରେ ଦେଖାଇଛି । ଯାହା ଫଳରେ ପୁଣିଥରେ ଆରୟନ ଖାନଙ୍କ ଜାମିନ୍ ସେସନ୍ କୋର୍ଟ ଖାରଜ କରି ଦେଇଛନ୍ତି ।

– ଏନସିବି ପକ୍ଷରୁ ଆରୟନ ଖାନଙ୍କ ଫୋନ୍ ଚାଟ୍ କୋର୍ଟରେ ଦାଖଲ କରାଯାଇଥିଲା
– ଆରୟନଙ୍କୁ ବେଲ୍ ଦିଆଗଲେ ତଦନ୍ତ ବାଟବଣା ହେବ ବୋଲି ଏନସିବି ଯୁକ୍ତି କରିଥିଲା

ସେପଟେ ଆରୟନଙ୍କ ଓକିଲ କୋର୍ଟରେ କହିଥିଲେ ଯେ,
– ଆରୟନଙ୍କ ପାଖରୁ ଡ୍ରଗ୍ସ ମିଳିନାହିଁ
– କି ଡ୍ରଗ୍ସ କାରୋବାର ନେଇ ଏନସିବି ପାଖରେ କୌଣସି ପ୍ରମାଣ ନାହିଁ
– ଏହାସହ ମୁନମୁନ ଧମେଚା ସହ ମଧ୍ୟ ଆରୟନଙ୍କ କୌଣସି କନେକ୍ସନ୍ ନାହିଁ

ବିନା କୌଣସି ପ୍ରମାଣରେ ଏତେ ଦିନ ଆରୟନଙ୍କୁ ଜେଲରେ ରଖାଯିବା ଉଚିତ ନୁହେଁ ବୋଲି ଯୁକ୍ତି ବାଢିଥିଲେ ଆରୟନଙ୍କ ଓକିଲ ଅମିତ ଦେଶାଇ । ସେପଟେ ଶିବସେନା, ଏନସିପି ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରୟନଙ୍କ ଗିରଫକୁ ବିରୋଧ କରାଯାଉଛି । ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ଗିରଫ କରାଯାଇଛି ବୋଲି ବାରମ୍ବାର ଅଭିଯୋଗ କରାଯାଉଛି । ଏହା ସତ୍ୱେ ମଧ୍ୟ ଆରୟନଙ୍କୁ ବେଲ୍ ମିଳିପାରିନାହିଁ । ଆରୟନଙ୍କ ସମେତ ଅର୍ବାଜ ମରଚ୍ୟାଂଟ ଓ ମୁନମୁନ ଧମେଚାଙ୍କ ବେଲ ମଧ୍ୟ ଖାରଜ ହୋଇଛି ।

ଗତ ଅକ୍ଟୋମ୍ବର ୨ ତାରିଖରୁ ଆରୟନଙ୍କୁ ଗିରଫ କରାଯାଇଥିବାବଳେ ୧୩ ଦିନ ଧରି ଆରଥର ରୋଡ୍ ଜେଲରେ ଅଛନ୍ତି ଆରୟନ । ଯେଉଁଠି ବେଶ ଅସୁବିଧାରେ ତାଙ୍କ ଦିନ କଟୁଛି ।

– ସୁରକ୍ଷା ଦୃଷ୍ଟିରୁ ଆରୟନଙ୍କୁ ଜେଲରେ କୋଠରୀ ନମ୍ବ ୧ରେ ରଖାଯାଉଛି
– ସୁପରଷ୍ଟାରଙ୍କ ପୁଅ ଜେଲରେ ବିସ୍କୁଟ୍ ପାଣି ଖାଇ ଦିନ କାଟୁଛନ୍ତି
– ଘୋଡେଇ ହେବାକୁ ଏକ ପତଳା ଚାଦର ଦିଆଯାଇଛି
– କିଛି ପଚାରିଲେ କେବଳ ‘ମୁଁ ନିର୍ଦ୍ଦୋଶ’ ବୋଲି କହୁଛନ୍ତି ଆରୟନ
– ଜେଲରେ ତାଙ୍କୁ ଡ୍ରଗ୍ସ ଛାଡିବାକୁ ଉପଦେଶ ଦିଆଯାଉଛି
– ଶୃଙ୍ଖଳିତ ଜୀବନ ଅତିବାହିତ କରିବାକୁ ଆରୟନଙ୍କୁ କୁହାଯାଉଛି

ଏବେ ଆରୟନଙ୍କ ବେଲ ଆବେଦନ ନେଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ଶାହରୁଖ ଖାନ୍ ।