କ୍ରୁଜରେ ଡ୍ରଗ୍ସ ପାର୍ଟି ଘଟଣା । ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ୍ ଗିରଫ ।

143

କନକ ବ୍ୟୁରୋ: ମୁମ୍ବାଇରୁ ଗୋଆ ଯାଉଥିବା ଏକ ଲକ୍ସଜରୀ କ୍ରୁଜରେ ରେଭ୍ ପାର୍ଟି ଘଟଣାରେ ଗିରଫ ହୋଇଛନ୍ତି ବଲିଉଡର କିଙ୍ଗ୍ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟାନ ଖାନ୍ । ଦୀର୍ଘ ସମୟ ଧରି ପଚରାଉଚରା ପରେ ଗିରଫ କରିଛି ଏନସିବି । ତେବେ ପୂର୍ବରୁ ଏନସିବି ମୁଖ୍ୟ ତଥା ଓଡ଼ିଆ ପୁଅ ସତ୍ୟନାରାୟଣ ପ୍ରଧାନ ପ୍ରତିକ୍ରିୟାରେ କହିଥିଲେ କି ସିଏ ଯିଏ କେହି ବି ହୁଅନ୍ତୁ ଯେତେବଡ଼ ଲୋକଙ୍କ ହୁଅନ୍ତୁ ପଛେ କାହାକୁ ଛଡ଼ାଯିବନି । ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ । କାରଣ ଡ୍ରଗ୍ସମୁକ୍ତ ଭାରତ ଆମର ଲକ୍ଷ୍ୟ ।

୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଏନସିବି । ଏବଂ ବଲିଉଡ ଲିଙ୍କ୍ ନେଇ ଅଧିକ ଖୋଳତାଡ଼ ଆଗକୁ ହେବ ବୋଲି ଏନସିବି ମୁଖ୍ୟ କହିଛନ୍ତି । କାରଣ ଏହି ଡ୍ରଗ୍ସ ରେଭ୍ ପାର୍ଟି ଦ୍ୱାରା ଯୁବବର୍ଗ ଏହାପ୍ରତି ଆକର୍ଷିତ ହେଉଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଓଡ଼ିଆ ପୁଅ ତଥା ଏନସିବି ମୁଖ୍ୟ ସତ୍ୟନାରାୟଣ ପ୍ରଧାନ କହିଛନ୍ତି ।

ଅନ୍ୟପଟେ ବଲିଉଡର ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଅର୍ୟାନ୍ ଖାନଙ୍କୁ ପଚରାଉଚରା ବେଳେ ଆର୍ୟାନ କହିଥିଲେ କି, ମୋତେ କେବଳ ଜଣେ ଅତିଥି ଭାବେ ନିମନ୍ତ୍ରଣ ମିଳିଥିଲା ମୁଁ ସେଥିପାଇଁ ସାମିଲ ହୋଇଥିଲି । ଏଥିପାଇଁ ମୁଁ କୌଣସି ଟଙ୍କା ଦେଇନଥିବା କହିଛନ୍ତି ଶାହାରୁଖଙ୍କ ପୁଅ । ଉତ୍ତର ସନ୍ତୁଷ୍ଟିଜନକ ନହେବାରୁ ଶାହାରୁଖଙ୍କ ପୁଅ ଆର୍ଯ୍ୟାନଙ୍କ ମୋବାଇଲ୍ ଫୋନ୍ ଜବତ କରି ତାଙ୍କ ଚାଟ୍ ହିଷ୍ଟ୍ରିକୁ ଯାଞ୍ଚ କରୁଥିଲା ଏନସିବି ।