କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା : ପୁଅ ଆରୟନକୁ ଭେଟିବାକୁ ଶାହାରୁଖ ମାଗୁଛନ୍ତି ଅନୁମତି

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା : ପୁଅ ଆରୟନକୁ ଭେଟିବାକୁ ଶାହାରୁଖ ମାଗୁଛନ୍ତି ଅନୁମତି

କନକ ବ୍ୟୁରୋ : କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ଶାହାରୁଖଙ୍କ ପୁଅ ଆରୟନଙ୍କ ଗିରଫଦାରି ପରେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ବାପା ଶାହାରୁଖ କାମରେ ଏତେ ବ୍ୟସ୍ତ ଥାଆନ୍ତି ଯେ, ତାଙ୍କୁ ଭେଟିବାକୁ ଅନେକ ସମୟରେ ତାଙ୍କୁ ଆପଏଂଟମେଂଟ ନେବାକୁ ପଡ଼େ ବୋଲି ଆରୟନ ଏନସିବିକୁ କହିଥିବା ଜଣାପଡ଼ିଛି । ଏବେ ସମାନ ସଂଯୋଗ ଶାହାରୁଖଙ୍କ କ୍ଷେତ୍ରରେ ଘଟିଛି ।

ଏନସିବି ହେପାଜତରେ ଥିବା ଆରୟନକୁ ଭେଟିବାକୁ ଶାହାରୁଖ ଅନୁମତି ମାଗୁଛନ୍ତି । ବାପାଙ୍କ ସହିତ ଫୋନ ମାଧ୍ୟମରେ କଥା ହେବା ପରେ କାନ୍ଦି ପକାଇଥିଲେ ଆରୟନ । ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୧୬ରେ ପହଂଚିଛି । ମା’ ଗୌରୀ ଖାନ୍ ଗତକାଲି ସକାଳେ ଆରୟନଙ୍କ ପ୍ରିୟ ବର୍ଗର ପ୍ୟାକେଟ ନେଇ ଏନସିବି ଅଫିସ ନିକଟକୁ ଯାଇଥିଲେ । ହେଲେ ତାଙ୍କୁ ଭେଟିବାକୁ ଅନୁମତି ମିଳିନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe