କନକ ବ୍ୟୁରୋ : କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ଶାହାରୁଖଙ୍କ ପୁଅ ଆରୟନଙ୍କ ଗିରଫଦାରି ପରେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ବାପା ଶାହାରୁଖ କାମରେ ଏତେ ବ୍ୟସ୍ତ ଥାଆନ୍ତି ଯେ, ତାଙ୍କୁ ଭେଟିବାକୁ ଅନେକ ସମୟରେ ତାଙ୍କୁ ଆପଏଂଟମେଂଟ ନେବାକୁ ପଡ଼େ ବୋଲି ଆରୟନ ଏନସିବିକୁ କହିଥିବା ଜଣାପଡ଼ିଛି । ଏବେ ସମାନ ସଂଯୋଗ ଶାହାରୁଖଙ୍କ କ୍ଷେତ୍ରରେ ଘଟିଛି ।
ଏନସିବି ହେପାଜତରେ ଥିବା ଆରୟନକୁ ଭେଟିବାକୁ ଶାହାରୁଖ ଅନୁମତି ମାଗୁଛନ୍ତି । ବାପାଙ୍କ ସହିତ ଫୋନ ମାଧ୍ୟମରେ କଥା ହେବା ପରେ କାନ୍ଦି ପକାଇଥିଲେ ଆରୟନ । ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୧୬ରେ ପହଂଚିଛି । ମା’ ଗୌରୀ ଖାନ୍ ଗତକାଲି ସକାଳେ ଆରୟନଙ୍କ ପ୍ରିୟ ବର୍ଗର ପ୍ୟାକେଟ ନେଇ ଏନସିବି ଅଫିସ ନିକଟକୁ ଯାଇଥିଲେ । ହେଲେ ତାଙ୍କୁ ଭେଟିବାକୁ ଅନୁମତି ମିଳିନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/85988173.jpg)