କନକ ବ୍ୟୁରୋ : କିଙ୍ଗ୍ ଖାନଙ୍କର ବଢିଲା ସୁରକ୍ଷା । ମହାରାଷ୍ଟ୍ର ସରକାର ତାଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବିଭିନ୍ନ ସମୟରେ ଶାହାରୁଖଙ୍କୁ ଧମକ ମିଳୁଥିବାରୁ ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେବେ କେତୋଟି ଧମକ କିଙ୍ଗ ଖାନଙ୍କୁ ମିଳିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ମହାରାଷ୍ଟ୍ର ପୋଲିସ ।
ଏବେ ଶାହାରୁଖ ୱାଇ ପ୍ଲସ ସୁରକ୍ଷା ପାଇବା ପରେ ରାଜ୍ୟରେ ତାଙ୍କ ଗସ୍ତ ସମୟରେ ୧୧ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିବେ । ଯେଉଁଥିରେ ୬ ଜଣ କମାଣ୍ଡୋ, ୪ ଜଣ ପୁଲିସ କର୍ମଚାରୀଙ୍କ ସହିତ ଜଣେ ଟ୍ରାଫିକ କ୍ଲିଅରେନ୍ସ ପାଇଁ ରହିବେ । ଏହି ସୁରକ୍ଷାକର୍ମୀ ଶାହାରୁଖଙ୍କ ବାସଭବନ ମନ୍ନତ ବାହାରେ ନିୟୋଜିତ ହୋଇଛନ୍ତି । ୨୦୧୦ରେ ମାଇଁ ନେମ୍ ଇଜ୍ ଖାନ୍ ମୁଭି ରିଲିଜ ପରେ ଶାହାରୁଖଙ୍କ ସୁରକ୍ଷା ବଢିଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/9-5.jpg)