କିଙ୍ଗ୍ ଖାନଙ୍କ ଡବଲ ରୋଲ : ରିଲିଜ୍ ଅପେକ୍ଷାରେ ଦୁଇଟି ଫିଲ୍ମ

116
କନକ ବ୍ୟୁରୋ: ଶାହାରୁଖ ଖାନ୍ ଦୀର୍ଘ ବର୍ଷ ପରେ ଆଗାମୀ ଫିଲ୍ମରେ ଡବଲ ରୋଲରେ ଦେଖାଦେବେ । ଏଥର ଉଭୟ ବାପା ଓ ପୁଅ ଭୂମିକାରେ ଦେଖାଦେବେ । ସୂଚନା ମୁତାବକ, ସେ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ପଠାନ୍’ ବ୍ୟତୀତ ‘ଏଟଲି’ ଚଳଚ୍ଚିତ୍ରରେ ମଧ୍ୟ ଦେଖାଦେବେ  ।

 

୨୦୧୮ରୁ ଶାହାରୁଖଙ୍କ କୌଣସି ଫିଲ୍ମ ଆସିନାହିଁ । କିନ୍ତୁ ଅସନ୍ତା ବର୍ଷ ଧମାକା କରିପାରନ୍ତି ଶାହାରୁଖ୍ । କାରଣ ୨୦୨୨ରେ ତାଙ୍କର ଦୁଇ ଦୁଇଟି ଫିଲ୍ମ ରିଲିଜ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦିଓ ଏହାର କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ ହୋଇନାହିଁ ତଥାପି ସିଦ୍ଧାର୍ଥ ଆନନ୍ଦଙ୍କ ‘ପଠାନ’ (Pathan) ସହ ‘ଏଟଲି’ (Atlee)ରେ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିବ ବୋଲି ସୂଚନା ରହିଛି । ଏବେ ଏହି ଦୁଇଟି ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ଶାହାରୁଖ୍ । ଫିଲ୍ମ ‘ଏଟଲି’ରେ ସାଉଥ୍ ଷ୍ଟାର ପ୍ରିୟାମଣି ଓ ନୟନତାରାଙ୍କ ସ୍କ୍ରିନ ସେୟାର କରିବେ ଶାହାରୁଖ୍ ।ଏଥିରେ ସେ ଦୁଇଟି ଭୂମିକାରେ ଦେଖିବାକୁ ମିଳିବେ । ଭାରତୀୟ ଅନ୍ଦାଜକୁ ନେଇ ଏହି ଥ୍ରିଲର ମୁଭିରେ ଶାହାରୁଖଙ୍କୁ ଜଣେ ପ୍ରଫେସର ଭୁମିକାରେ ଦେଖିବାକୁ ପାଇବେ । ଜଣେ ଅଭିଜ୍ଞ ବୟସ୍କ ଓ ଜଣେ ୟଙ୍ଗ ମ୍ୟାନ୍ ଭୁମିକାକୁ ନିଖୁଣ ଭାବେ ଉତାରିବେ କିଙ୍ଗ ଖାନ୍ । ପୁଣେ ପରେ ଏବେ ଏହାର ସୁଟିଂ ମୁମ୍ବାଇରେ ଚାଲିଛି । ଶେଷ ଥର ପାଇଁ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ ଶାହାରୁଖ୍, ଏଥିରେ କ୍ୟାଟ୍ରିନା ଓ ଅନୁଷ୍କାଙ୍କ ସହ ସ୍କ୍ରିନ ସେୟାର କରିଥିଲେ । କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ଚାଲିପାରିନଥିଲା ।

 

ଏହାପୂର୍ବରୁ ଅନେକ ଫିଲ୍ମରେ ଡବଲ ରୋଲ କରିବାରେ ରେକର୍ଡ କରିଛନ୍ତି ଶାହାରୁଖ୍ । ଆସନ୍ତୁ ଜାଣିବା ସଂକ୍ଷେପରେ  ।
ଇଙ୍ଗଲିସ୍ ବାବୁ ଦେଶୀ ମେମ୍(୧୯୯୬)- ପ୍ରବୀଣ ନିଶାଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଡବଲ ରୋଲ ନୁହେଁ ବରଂ ଟ୍ରିପଲ ରୋଲରେ ନଜର ଆସିଥିଲେ । ବାପା, ଓ ତାଙ୍କର ଦୁଇ ଯମଯ ପୁଅଙ୍କ ଭୂମିକାରେ ଅବତୀର୍ଣ ହୋଇଥିଲେ ଶାହାରୁଖ୍ ।

 

ଡୁପ୍ଲିକେଟ୍(୧୯୯୮)-ମହେଶ୍ ଭଟ୍ଟଙ୍କ ନିର୍ଦ୍ଦେଶିତ ଓ ୟଶ୍ ଚୋପ୍ରାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ପିଲାଳିଆମି ଚରିତ୍ର କରୁଥିବା ବବଲୁ ରୋଲ ଓ ଡେୟାରିଙ୍ଗ ମନୁ ଦାଦାଙ୍କ ଭୂମିକାରେ ଦେଖାଦେଇଥିଲେ  ।
ପହେଲି(୨୦୦୫)- ଅମୋଲ ପାଲେକରଙ୍କ ନିର୍ଦ୍ଦେଶିତ ଓ ନିଜ ଦ୍ୱାରା ପ୍ରଯୋଜିତ ଏହି ମୁଭିରେ କିଶାନ୍ ଲାଲ୍ ଓ ଜଣେ ଘୋଷ୍ଟ ରୋଲରେ ଆସିଥିଲେ ଶହାରୁଖ୍ । ତାଙ୍କ ଅପୋଜିଟରେ ଥିଲେ ରାନି ମୁଖାର୍ଜୀ ଓ ଜୁହି ଚାୱଲା  । ଆଉ ଏକ ଗୁରୁତ୍ୱପୁର୍ଣ୍ଣ ଭୂମିକାରେ ଆସିଥିଲେ ବିଗ୍ ବି ଅମିତାବ ବଚ୍ଚନ ।
ଡନ୍(୨୦୦୬)- ଏହି ମୁଭି ୧୯୭୮ କ୍ଲାସିକର ରିମେକ୍  । ଫରହାନ୍ ଅଖତରଙ୍କ ନିର୍ଦ୍ଦେଶିତ ଏହି ମୁଭି ଆକ୍ସନ୍ ଥ୍ରୀଲର୍ ଚଳଚ୍ଚିତ୍ର  । ଏଥିରେ ଶାହରୁଖ ଏବଂ ପ୍ରିୟଙ୍କା ଚୋପ୍ରା, ଅର୍ଜୁନ ରାମପାଲ, କରୀନା କପୁର, ବୋମନ ଇରାନୀ, ଇଶା କୋପିକର ଏବଂ ଓମ ପୁରୀ ସହାୟକ ଭୂମିକାରେ ଅଭିନୟ କରିଛନ୍ତି। ଏହା ବକ୍ସ ଅଫିସରେ ବେଶ୍ ଜମିଥିଲା । ଏଥିରେ ଡନ୍ ଶାହାରୁଖ ଖାନଙ୍କୁ ଏକ ଭୟଙ୍କର ମାଫିଆ ଭୂମିକାରେ ଅଭିନୟ କରିଥିବାବେଳେ ଆଉ ଜଣେ ଅତି ସାଧାସିଧା ଭୁମିକାରେ ଦେଖାଦେଇଥିଲେ ।

 

ଓମ୍ ଶାନ୍ତି(୨୦୦୭)-ବକ୍ସ ଅଫିସର ବ୍ଲକ୍ ବଷ୍ଟର ଏହି ମୁଭିରେ କିଙ୍ଗ ଖାନ୍ ପ୍ରଥମେ ଜୁନିଅର ଆର୍ଟିଷ୍ଟ ଓମ୍ ପ୍ରକାଶଙ୍କ ରୋଲରେ ଦେଖାଯାଇଥିବାବେଳେ ପରେ ସୁପରଷ୍ଟାର ଓମ୍ କପୁର ଚରିତ୍ରରେ ଦେଖାଦେଇଥିଲେ ।

 

ରା-ୱାନ୍(୨୦୧୧) – ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ମୁଭିରେ ଶାହାରୁଖ୍ ଉଭୟ ଜଣେ ସାଇଣ୍ଟିଷ୍ଟ ଓ ଜଣେ ସୁପର ହିରୋ ଭୂମିକାରେ ଅବତୀର୍ଣ୍ଣର୍ ହୋଇଥିଲେ । ଏଥିରେ ଶାହାରୁଖ୍ ସାଇଣ୍ଟିଷ୍ଟ ଶେଖର ସୁବ୍ରମଣିୟମ ଚରିତ୍ରରେ ଥିଲେ  । ଏଥିରେ ସେ ଏପରି ଏକ ଭିଡିଓ ଗେମ୍ କ୍ରିଏଟ କଲେ ଯେଉଁଥିରେ ଜି ୱାନ୍ ନାମକ ଏକ ସୁପରହିରୋ କ୍ୟାରେକ୍ଟର ତିଆରି କଲେ । ଯିଏ ପରବର୍ତ୍ତୀ  ସମୟରେ ତାଙ୍କ ପରିବାରର ସୁରକ୍ଷା କବଚ ସାଜେ । ଏହି ଫିଲ୍ମ ଅନେକ ନେଗେଟିଭ ରେସପନ୍ସ ପାଇଥିଲେ ବି ବକ୍ସ ଅଫିସରେ କମାଲ କରିଥିଲେ ।

 

ଫ୍ୟାନ୍(୨୦୧୬)- ଏଥିରେ ସେ ସୁପରଷ୍ଟାର ଆର୍ୟାନ ଖାନ ରୋଲରେ ଆସିଥିବାବେଳେ ଆଉ ଜଣେ ତାଙ୍କର ଫ୍ୟାନ୍ ଗୌରବ ଚନ୍ଦାନାଙ୍କ ରୋଲରେ ଦେଖାଦେଇଥିଲେ । କହିବାକୁ ଗଲେ ଡବଲ ରୋଲ କରିବାରେ ରେକର୍ଡ କରିଛନ୍ତି ଶାହାରୁଖ୍ । ଏଥିରୁ ଅନେକ ଫିଲ୍ମ ଫ୍ଲପ୍ ହୋଇଥିବାବେଳେ କିଛି ବକ୍ସ ଅଫିସରେ ହିଟ୍ ହୋଇଥିଲା ।