ପୁଅ ଆରୟନ ସହ କଥା ହେଲେ ଶାହାରୁଖ ଖାନ: ଭିଡିଓ କନଫରେନ୍ସିଂରେ ହେଲେ କଥାବାର୍ତ୍ତା 

Advertisment
ପୁଅ ଆରୟନ ସହ କଥା ହେଲେ ଶାହାରୁଖ ଖାନ: ଭିଡିଓ କନଫରେନ୍ସିଂରେ ହେଲେ କଥାବାର୍ତ୍ତା 

କନକ ବ୍ୟୁରୋ: ମୁମ୍ବାଇର ଆର୍ଥର୍‌ ରୋଡ୍‌ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ । କଏଦୀ ନମ୍ବର ୯୫୬ ଭାବେ ସେ ଜେଲରେ ରହିଛନ୍ତି । ଆରୟନ ଆଜି ଆଜି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ବାପା ଶାହାରୁଖ ଖାନ ଓ ମାଆ ଗୌରୀଙ୍କ ସହ କଥାବାର୍ତ୍ତା କରିଛନ୍ତି।

କୋଭିଡ୍‌-୧୯ ପ୍ରୋଟକଲ୍‌ ହେତୁ କାରାଗାରରେ ଥିବା ପ୍ରତ୍ୟେକ କଏଦୀଙ୍କୁ ତାଙ୍କ ପରିବାରବର୍ଗଙ୍କ ସହ ସପ୍ତାହକୁ ଦୁଇଥର ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ କଥାବାର୍ତ୍ତା କରିବାକୁ ଅନୁମତି ଦିଆଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, ଆର୍‌ୟନ୍‌ ଖାନଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ଯୋଗାଇ ଦେଇଥିବା ମୋବାଇଲ୍‌ ଫୋନ୍‌ ଯୋଗେ ଭିଡିଓ କଲ୍‌ କରାଯାଇଥିଲା। ଅବସ୍ଥାପିତ କାରା କୋଠରି ମଧ୍ୟରେ ଘଟୁଥିବା ଘଟଣା ସଂକ୍ରାନ୍ତରେ ଆରୟନ୍‌ ଏବଂ ତାଙ୍କ ପିତାମାତା ଶାହରୁଖ ଖାନ୍‌ ଓ ଗୌରୀ ଖାନ୍‌ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଗତକାଲି ମୁମ୍ବାଇ ଅଦାଲତର ବିଚାରପତି ‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌ ମାମଲା’ରେ ଆର୍‌ୟନ୍‌ ଖାନ୍‌ଙ୍କ ଜାମିନ ଆବେଦନ ଶୁଣାଣି କରି ରାୟ ସଂରକ୍ଷିତ ରଖିବାରୁ ସେ ଅକ୍ଟୋବର ୨୦ ତାରିଖ ପର୍ୟ୍ୟନ୍ତ ଜେଲରେ ରହିବେ।

ପରିବାର ଲୋକଙ୍କ ଠାରୁ ଆରୟନ୍‌ଙ୍କ ପାଇଁ ଟ. ୪,୫୦୦/- ଟଙ୍କା ‘ମନି ଅର୍ଡର୍‌’ ଆସିଥିବା କଥା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି। ପ୍ରାପ୍ତ ଅର୍ଥରେ ଆରୟନ୍‌ ଜେଲ୍‌ କ୍ୟାଣ୍ଟିନରୁ ଖାଦ୍ୟ ଓ ପାନୀୟ ଖରିଦ କରିବେ। ଜେଲ୍‌ ନିୟମ ଅନୁସାରେ, ମାସକୁ ଜଣେ କଏଦୀ ଟ. ୪,୫୦୦/-ରୁ ଅଧିକ ଟଙ୍କାର ‘ମିନି ଅର୍ଡର୍‌’ ପାଇ ପାରିବେ ନାହିଁ। ଆରୟନ୍‌ ଜେଲ୍‌ର ଆହାର ଖାଉଥିଲେ ମଧ୍ୟ ତାହା ତାଙ୍କୁ ରୁଚୁ ନ ଥିବା ଜଣାପଡ଼ିଛି। ଏବେ ସେ ଘରୁ ଆସିଥିବା ପୋଷାକପତ୍ର ପିନ୍ଧାପିନ୍ଧି କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe