କନକ ବ୍ୟୁରୋ: ଏନସିବି ଆଗରେ ଆଜି ହାଜର ହେବେନି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ୍ । ନାର୍କୋଟିକ୍ସ କଣ୍ଟ୍ରୋଲ ବୁରୋ ରବିବାର ତାଙ୍କୁ ପଚାରଉଚୁରା ପାଇଁ ଡାକିଥିବାବେଳେ ଆରୟନ ଏନସିବିରେ ହାଜର ହୋଇନାହାଁନ୍ତି । ତେବେ ଆରୟନଙ୍କ ମ୍ୟାନେଜରଙ୍କ କହିବା କଥା, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ନାହିଁ । ତାଙ୍କୁ ସାମାନ୍ୟ ଜ୍ୱର ହୋଇଛି , ଯେଉଁ କାରଣରୁ ଆରୟନ ଆଜି ଏନସିିବି ସାମ୍ନାରେ ହାଜର ହୋଇପାରିବେ ନାହିଁ ।
ଆରୟନ ଖାନଙ୍କୁ ଅଧିକ ପଚରାଉଚୁରା କରିବା ପାଇଁ ଏନସିବି ତାଙ୍କୁ ସନ୍ଧ୍ୟା ୬ଟା ସମୟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା । ହେଲେ ଏହି ସମୟରେ ସେ ଏନସିବିରେ ହାଜର ହୋଇନାହାଁନ୍ତି । ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିବା ତାଙ୍କ ମ୍ୟାନେଜର ସୂଚନା ଦେଇଛନ୍ତି । ଏଭଳି ସମୟରେ ସେ ଏନସିବି ଅଫିସରଙ୍କ ପ୍ରଶ୍ନର ସାମ୍ନା କରିପାରିବେ ନାହିଁ ବୋଲି କୁହାଯାଇଛି । ତେବେ ଡ୍ରଗ୍ସ କେସରେ ଆଜି ଅନ୍ୟତମ ଅଭିଯୁକ୍ତ ଅରବାଜ ମର୍ଚାଣ୍ଟ ଓ ଅଚିତ କୁମାରଙ୍କୁ ପଚରାଉଚୁରା କରାଯାଇଛି ।
ସୂଚନାଯୋଗ୍ୟ ଯେ, ଡ୍ରଗ୍ସ ମାମଲାରେ ଦୀର୍ଘ ୨୫ ଦିନ କାଳ ଜେଲରେ ରହିବା ପରେ ଜାମିନରେ ମୁକୁଳିଛନ୍ତି ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ୍ । ତେବେ ଏନସିବି ନିର୍ଦ୍ଦେଶ ଦେଲେ ତାଙ୍କୁ ଯେକୌଣସି ମୁହୂର୍ତ୍ତରେ ଆସି ଏନସିବି ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ହେଲେ ଆଜି ତାଙ୍କ ସ୍ୱାସ୍ଥ୍ୟଗତ ଅସୁବିଧା କାରଣରୁ ସେ ଏନସିବି ପଚରାଉଚୁରାର ସାମ୍ନା କରିପାରିବେ ନାହିଁ ବୋଲି କୁହାଯାଇଛି । କୁହାଯାଉଛି, ଆସନ୍ତା ନଭେମ୍ବର ୯ ତାରିଖରେ ଆରୟନ ଖାନଙ୍କୁ ଏନସିବି ପଚରାଉଚୁରା କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/aryan-alla.jpeg)