ପୁଅକୁ ଜାମିନରେ ଆଣିବାକୁ ଶାହାରୁଖ ବ୍ୟାକୁଳ, ଏବେ ସଲମାନଙ୍କ ଓକିଲ ଲଢିବେ ଆରୟନଙ୍କ ମାମଲା

354

କନକ ବ୍ୟୁରୋ : ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନ ଏବେ ମୁମ୍ବାଇର ଆର୍ଥର ରୋଡ ଜେଲରେ ରହିଛନ୍ତି । ମୁମ୍ବାଇର ନାମିଦାମି ଓକିଲ ସତୀଶ ମାନଶିନେ୍ଧ ଆରୟନଙ୍କ ମାମଲା ଲଢୁଥିଲେ । ଏବେ ଶାହାରୁଖ ଖାନ ଆରୟନ ମାମଲା ଲଢିବା ପାଇଁ ନୂଆ ଓକିଲଙ୍କ ସହ ଚୁକ୍ତି କରିଥିବା ଜଣାପଡିଛି ।

ଶାହାରୁଖ ଖାନ୍ ବରିଷ୍ଠ ଓକିଲ ଅମିତ୍ ଦେଶାଇଙ୍କୁ ଏହି ମାମଲା ଲଢିବାକୁ ଦେଇଛନ୍ତି । ଅମିତ୍ ଦେଶାଇ ୨୦୦୨ ହିଟ୍ ଆଣ୍ଡ ରନ ମାମଲାରେ ସଲମାନ ଖାନଙ୍କୁ ଦୋଷମୁକ୍ତ କରାଇଥିଲେ । ଏବେ ଅମିତ୍ ଦେଶାଇ ଆରୟନଙ୍କୁ ଜେଲରୁ ମୁକୁଳାଇବାର ଦାୟିତ୍ୱ ନେଇଛନ୍ତି । ଅକ୍ଟୋବର ୧୧ ତାରିଖରେ ଅମିତ୍ ଆରୟନ ଖାନଙ୍କ ପାଇଁ କୋର୍ଟକୁ ଯାଇଥିଲେ । ଜାମିନ ଅର୍ଜି ଦାଖଲ କରିବା ପରେ ଏନସିବି କାଉଁସିଲ ପକ୍ଷରୁ କୋର୍ଟକୁ ଅନୁରୋଧ କରାଯାଇଥିଲା କି ଏନସିବି ତରଫରୁ ଜବାବ ଦାଖଲ କରିବାକୁ ଆଉ ଗୋଟିଏ ସପ୍ତାହ ଆବଶ୍ୟକ ।

ଅନ୍ୟପଟେ ଅମିତ ଦେଶାଇ କୋର୍ଟକୁ କହିଥିଲେ କି ଆରୟନ ଗୋଟିଏ ସପ୍ତାହ ହେବ ଜେଲରେ ରହିଛନ୍ତି । ଜାମିନ ଯାଚିକା ଯାଂଚ ଉପରେ ନିର୍ଭର କରେ ନାହିଁ । ଏହାସହ ସେ କହିଥିଲେ ଯେ ‘ମୁଁ ଜାମିନ ପାଇଁ ଯୁକ୍ତି କରୁନାହିଁ, ମୁଁ ତାରିଖକୁ ନେଇ ଯୁକ୍ତି କରୁଛି ’ । ପ୍ରଶାସନିକ କାରଣରୁ କୌଣସି ଲୋକର ସ୍ୱାଧୀନତା ଉପରେ ରୋକ ଲଗାଯାଇ ପାରିବ ନାହିଁ ବୋଲି ସେ କୋର୍ଟରେ ଯୁକ୍ତି ବାଢିଥିଲେ । ସେ କହିଥିଲେ କି ଆରୟନ ମାମଲାରେ ସର୍ବାଧିକ ତାଙ୍କୁ ଗୋଟିଏ ବର୍ଷ ଜେଲ ହୋଇପାରେ । ଆରୟନଙ୍କ ବିରୋଧରେ ନା କିଛି ପ୍ରମାଣ ଅଛି ନା ତାଙ୍କ ପାଖରୁ କୌଣସି ମାଦକ ଦର୍ବ୍ୟ ଜବତ କରାଯାଇଛି ବୋଲି ଅମିତ୍ ଦେଶାଇ କହିଥିଲେ ।