କନକ ବ୍ୟୁରୋ: ଗୁରୁବାର ଶେଷ ହେଉଛି ଆରୟନ ଖାନଙ୍କ ରିମାଣ୍ଡ ଅବଧି । ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ରିମାଣ୍ଡରେ ନେଇ ତଦନ୍ତ ଚଳାଇଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ଆଉ ଏନସିବି ହେପାଜତରେ ଥିବା ଆରୟନଙ୍କୁ ମିଳିନି କୌଣସି ରାଜକୀୟ ଚର୍ଚ୍ଚା । ଅନ୍ୟ ଅଭିଯୁକ୍ତଙ୍କ ଭଳି ତାଙ୍କୁ ମଧ୍ୟ ଖାଇବାକୁ ଦିଆଯାଉଛି କ୍ୟାଂଟିନ୍ର ଖାଦ୍ୟ । ତେବେ ଏହି ଭିତରେ ଆରୟନ ନିଜ ପାଇଁ ଘରୁ କିଛି ପୋଷାକ ସମେତ ପଢିବା ପାଇଁ ସାଇନ୍ସ ବହି ମଗାଇଥିବା ସୂଚନା ମିଳିଛି ।

Advertisment

ଏନସିବି ରିମାଣ୍ଡରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନ । ଆଉ ଏନସିବି ହେପାଜତରେ ଥିବାବେଳେ ନିଜ ପାଇଁ ସାଇନ୍ସ ବହି ମଗାଇଛନ୍ତି ଆରୟନ ଖାନ୍ । ତାଙ୍କ ପାଇଁ କିଛି ପୋଷାକ ସମେତ ପଢିବାକୁ ବିଜ୍ଞାନ ବହି ମଗାଇ ଆରୟନଙ୍କୁ ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି । ଏନସିବି ହେପାଜତରେ ଥିଲା ଶାହରୁଖ ଖାନଙ୍କ ପୁଅଙ୍କ ସହ କୌଣସି ଷ୍ଟାର କିଡ୍ ଭଳି ବ୍ୟବହାର କରାଯାଇ ନାହିଁ । ତାଙ୍କୁ ଘର ରନ୍ଧା ଖାଦ୍ୟ ଦିଆଯାଇ ନାହିଁ ବରଂ ଏନସିବି କ୍ୟାଂଟିନ୍ରେ ପ୍ରସ୍ତୁତ ସାଧାରଣ ଖାଦ୍ୟ ଆରୟନଙ୍କୁ ପରସା ଯାଇଛି ।

ସେପଟେ ପୁଅ ଆରୟନଙ୍କୁ ଭେଟିବାକୁ ବ୍ୟାକୁଳ ହୋଇପଡିଛନ୍ତି ବାପା ଶାହରୁଖ ଓ ମାଆ ଗୌରୀ । ଏନସିବି ହେପାଜତରେ ଥିବା ଆରୟନକୁ ଭେଟିବାକୁ ଶାହାରୁଖ ଅନୁମତି ମାଗୁଛନ୍ତି । ଅନୁମତି ମିଳିଲେ ଜେଲରେ ଆରୟନଙ୍କୁ ଭେଟିବେ କିଙ୍ଗ୍ ଖାନ୍ । ବାପାଙ୍କ ସହିତ ଫୋନ ମାଧ୍ୟମରେ କଥା ହେବା ପରେ କାନ୍ଦି ପକାଇଥିଲେ ଆରୟନ । ସେହିପରି ମା’ ଗୌରୀ ଖାନ୍ ମଙ୍ଗଳବାର ସକାଳେ ଆରୟନଙ୍କ ପ୍ରିୟ ବର୍ଗର ପ୍ୟାକେଟ ନେଇ ଏନସିବି ଅଫିସ ନିକଟକୁ ଯାଇଥିଲେ । ହେଲେ ତାଙ୍କୁ ଭେଟିବାକୁ ଅନୁମତି ମିଳିନଥିଲା । ଗୁରୁବାର ଆରୟନ ଖାନ୍ଙ୍କ ରିମାଣ୍ଡ ଅବଧି ଶେଷ ହେଉଛି । ଆଉ ଏହା ପରେ ତାଙ୍କୁ ବେଲ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।