ବଲିଉଡର କିଙ୍ଗ ଖାନ ଶାହାରୁଖ ଏୟାର୍ ଇଣ୍ଡିଆର ସେବାରେ ତୃପ୍ତ ହୋଇ ପ୍ରଶଂସା କରି ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି। ଟ୍ୱିଟରରେ ଶାହାରୁଖ କରିଥିବା ପୋଷ୍ଟରେ ରିଟ୍ୱିଟ କରିଛି ଏୟାର୍ ଇଣ୍ଡିଆ। ଶାହାରୁଖ ଟ୍ୱିଟରରେ ଲେଖିଛନ୍ତି ଯେ ‘ଅଣଆନୁଷ୍ଠାନିକ ଭାବେ ମୁଁ ମୋ ନିଜକୁ ଏୟାର୍ ଇଣ୍ଡିଆର ବ୍ରାଣ୍ଡ୍ ଆମ୍ବାସଡର ବୋଲି ଘୋଷଣା କରୁଛି। ଏପରି ସୁନ୍ଦର ଯାତ୍ରା ପାଇଁ ଗ୍ରାଉଣ୍ଡ୍ ଷ୍ଟାଫ୍ ଓ ଏୟାର୍ ହଷ୍ଟେସମାନଙ୍କୁ ଧନ୍ୟବାଦ୍। ମହାରାଜ ସଦା ମହାରାଜ ହିଁ ହୋଇଥାଏ।’
Unofficially & Unabashedly I want to declare myself the ambassador of @airindiain ndia. Thank u to the ground staff and the wonderful pilots for a hospitable warm & beautiful journey...Maharaja, Maharaja hi hota hai...
— Shah Rukh Khan (@iamsrk) November 18, 2018
ଶାହାରୁଖଙ୍କର ଏହି ଟ୍ୱିଟରେ ଏୟାର୍ ଇଣ୍ଡିଆ ଏୟାରଲାଇନ୍ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି। ଏୟାର୍ ଇଣ୍ଡିଆର ଅଫିସିଆଲ୍ ଆକାଉଣ୍ଟରୁ ରିଟ୍ୱିଟ ହୋଇଛି ଯେ, ‘ କିଙ୍ଗ ଖାନଙ୍କ ସେବା କରିବା ମହାରାଜ ପାଇଁ ଖୁସିର କଥା। ଆପଣଙ୍କ ଦୟାଳୁ ଶବ୍ଦ ଓ ଗ୍ରହଣୀୟତା ପାଇଁ ଏୟାର୍ ଇଣ୍ଡିଆ ପରିବାର ଖୁବ ଖୁସି। ଆମେ ବାସ୍ତବରେ ଖୁବ୍ ପ୍ରୀତି ହେବୁ, ଯେହେତୁ କିଙ୍ଗ ଖାନ୍ ଆମର ଆମ୍ବାସଡର୍।’
ଉଲ୍ଲେଖଯୋଗ୍ୟ, ଆଗକୁ ଆସୁଛି ଶାହାରୁଖଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜିରୋ’। ଏଥିରେ ମୁଖ୍ୟ ଭୂମିକାରେ ଶାହାରୁଖଙ୍କ ବ୍ୟତୀତ ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ୍ ବି ଅଛନ୍ତି।