କନକ ବ୍ୟୁରୋ: କିଙ୍ଗ୍‌ଖାନ୍‌ ଶାହରୁଖ୍‌ଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ରହିଛି। କିଙ୍ଗ୍‌ଖାନ୍‌ ତାଙ୍କ ସଫଳତା ତାଲିକା‌ରେ ଆଉ ଏକ ଧାଡ଼ି ଯୋଡ଼ିଛନ୍ତି। ଖବର ରହିଛି ଯେ ବ୍ରିଟେନ୍‌ରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକାମାନଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ଶାହରୁଖ୍‌। ସେହିପରି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ୍‌ ଟର୍ଣ୍ଣଡ୍‌ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଦଲଜିତ୍‌ ଦୋସାଞ୍ଜ୍‌ ଓ ରଣବୀର କପୁର ବି ସମାନ ତାଲିକାରେ ସ୍ଥାନ ପାଇଛନ୍ତି। ବ୍ରିଟେନ୍‌ର ସାପ୍ତାହିକ ‘ଇଷ୍ଟର୍ଣ୍ଣ ଆଇ’ରେ ଏହି ତାଲିକା ପ୍ରକାଶ ପାଇଛି।

Advertisment

୨୦୨୩ବର୍ଷ ବଲିଉଡର ରାଜା ଶାହାରୁଖ ଖାନଙ୍କ ପାଇଁ ବହୁତ ଭଲ ରହିଛି। ବର୍ଷ ଆରମ୍ଭରେ ଅଭିନେତାଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଶାହାରୁଖ ଖାନଙ୍କ ‘ଯବାନ’ ମଧ୍ୟ ବର୍ଷ ମଧ୍ୟଭାଗରେ ଏକ ମେଗା ବ୍ଲକବଷ୍ଟର ହୋଇଥିଲା। ବର୍ତ୍ତମାନ କିଙ୍ଗ ଖାନଙ୍କ ଫିଲ୍ମ ‘ଡଙ୍କି’ ବର୍ଷ ଶେଷରେ ମୁକ୍ତିଲାଭ କରିବାକୁ ଯାଉଛି।