କନକ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ ସ୍ଥଗିତ । ଶାହା ବର୍ତ୍ତମାନ ସ୍ୱାଇନ୍ ଫ୍ଲୁ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏନେଇ ଅମିତ୍ ଶାହା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ‘ଇଶ୍ୱରଙ୍କ କୃପା ଏବଂ ଆପଣଙ୍କ ଭଲପାଇବାରୁ ମୁଁ ସୁସ୍ଥ ହୋଇଯିବି ବୋଲି ଟ୍ୱିଟ ଯୋଗେ କହିଛନ୍ତି ଶାହା । ତେବେ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଶାହାଙ୍କ ଚିକିତ୍ସା ଏବେ ଦିଲ୍ଲୀ ଏମ୍ସ ରେ ଚାଲିଥିବା ସୂଚନା ମିଳିଛି ।
मुझे स्वाइन फ्लू हुआ है, जिसका उपचार चल रहा है। ईश्वर की कृपा, आप सभी के प्रेम और शुभकामनाओं से शीघ्र ही स्वस्थ हो जाऊंगा।
— Amit Shah (@AmitShah) January 16, 2019
ସେପଟେ ଅସୁସ୍ଥତା ଥିବାରୁ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ପୂର୍ବ କାର୍ଯ୍ୟସୂଚୀ ମୁତାବକ ଆସନ୍ତା ୧୮ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିଲା । କଟକରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ ଅମିତ୍ ଶାହା । ବର୍ତ୍ତମାନ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ଶାହାଙ୍କ ଚିକିତ୍ସା ଏମ୍ସରେ ଜାରି ରହିଛି । ତେବେ ଅସୁସ୍ଥତା ଯୋଗୁଁ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ୍ ହୋଇଛି ।