ଏସିଆ କପ୍ ଆରମ୍ଭରୁ ପାକିସ୍ତାନର ଦମଦାର ବିଜୟ : ପ୍ରଥମ ମ୍ୟାଚରେ ୨୩୮ ରନରେ ହାରିଲା ନେପାଳ; ଆଜି ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା

ଏସିଆ କପ୍ ଆରମ୍ଭରୁ ପାକିସ୍ତାନର ଦମଦାର ବିଜୟ : ପ୍ରଥମ ମ୍ୟାଚରେ ୨୩୮ ରନରେ ହାରିଲା ନେପାଳ; ଆଜି ଶ୍ରୀଲଙ୍କା-ବାଂଲାଦେଶ ମୁକାବିଲା

କନକ ବ୍ୟୁରୋ : ବଡ଼ ବିଜୟ ସହ ଏସିଆ କପ୍ ଅଭିଯାନ ଆରମ୍ଭ କରି ପାକିସ୍ତାନ । ପ୍ରଥମ ମ୍ୟାଚରେ ବାବର ଆଜମଙ୍କ ଦଳ ୨୩୮ ରନରେ ନେପାଳକୁ ହରାଇଛି । ଘରୋଇ ମାଟିରେ ଖେଳୁଥିବା ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ କରିଥିଲା ୩୪୨ ରନ୍ । ଜବାବରେ ମାତ୍ର ୧୦୪ ରନରେ ଅଲଆଉଟ ହୋଇଥିଲା ନେପାଳ । ପାକିସ୍ତାନ ଏକ ସମୟରେ ୧୨୪ ରନରେ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ।

ଏହି ସମୟରେ ଅଧିନାୟକ ବାବର ଓ ଇଫତିକାର ଅହମ୍ମଦ ଶତକ ମାରିବା ସହ ଦଳକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ । ବାବର ୧୩୧ ବଲରେ କରିଥିଲେ ୧୫୧ ରନ୍ । ସେହିପରି ମାତ୍ର ୭୧ ବଲରେ ୧୦୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ଇଫତିକାର । ବୋଲିଂରେ ପାକିସ୍ତାନ ପାଇଁ ସର୍ବାଧିକ ସଫଳତା ପାଇଥିଲେ ଶାଦାବ ଖାନ୍ । ଶାଦାବ ୪ଟି ୱିକେଟ୍ ନେଇଥିଲା ବେଳେ ଶାହୀନ ଆଫ୍ରିଦି ଓ ହାରିସ ରୌଫ୍ ୨ଟି ଲେଖାଏ ୱିକେଟ୍ ପାଇଥିଲେ । ଏସିଆ କପର ଦ୍ୱିତୀୟ ମୁକାବିଲାରେ ଆଜି ଶ୍ରୀଲଙ୍କାକୁ ଭେଟିବ ବାଂଲାଦେଶ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe