କନକ ବ୍ୟୁରୋ : ଉନ୍ମୋଚିତ ହେଲା ‘ଶବ୍ଦରଙ୍ଗ ନାଟକ’ର ଲୋଗୋ ଓ ପୋଷ୍ଟର । ଆସନ୍ତା ମାସ ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଶବ୍ଦରଙ୍ଗ ନାଟ୍ୟତ୍ସୋବ ୨୦୨୩ ଆୟୋଜିତ ହେବ । ଲୋଗୋ ଓ ପୋଷ୍ଟର ଉନ୍ମୋଚନ କାର୍ଯ୍ୟକ୍ରମରେ ବିଶିଷ୍ଟ ସିନେ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଉପସ୍ଥିତ ଥିଲେ । ଚଳିତ ବର୍ଷ ଏହି ଉତ୍ସବରେ ତିନିଟି ନାଟକ ମଞ୍ଚସ୍ଥ ହେବ । ୧୧ ତାରିଖ ସଂଧ୍ୟାରେ ‘ଆଷାଢରେ ଦିନେ’ ମଞ୍ଚସ୍ଥ ହେବ ।

Advertisment

ପ୍ରସିଦ୍ଧ ନାଟ୍ୟକାର ମୋହନ ରାକେଶଙ୍କ ନାଟକକୁ ରତ୍ନମାଳା ସ୍ୱାଇଁଙ୍କ ଦ୍ୱାରା ଅନୁବାଦନ କରାଯାଇଛି । ୧୨ ତାରିଖ ସଂଧ୍ୟାରେ ଗାଳ୍ପିକ ମନୋଜ ଦାସଙ୍କ ‘ଆବୁ ପୁରୁଷ’ ଉପରେ ଆଧାରିତ ସବୋଧ ପଟ୍ଟନାୟକଙ୍କ ନାଟ୍ୟରୂପ ‘ଆବୁ’ ମଞ୍ଚସ୍ଥ ହେବ । ସେହିପରି ୧୩ ତାରିଖ ସଂଧ୍ୟାରେ ଗୌରହରି ଦାସଙ୍କ ରଚିତ ନାଟକ ‘ଆମ ଘର ନକ୍ସା’ ମଞ୍ଚସ୍ଥ କରାଯବ । ଏହି ନାଟକ ଗୁଡ଼ିକୁ ରାଜ୍ୟର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକମାନେ ନିର୍ଦ୍ଦେଶନା ଦେଉଥିବା ବେଳେ ସିନେମା, ଧାରାବାହିକ ଓ ମଞ୍ଚରେ ଅଭିନୟରେ ଅଭିଜ୍ଞତା ଥିବା କଳାକାରମାନେ ଅଭିନୟ କରିବେ ।